ସୁସ୍ଥ ଅଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ସୁସ୍ଥ ଅଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ତାଙ୍କର ସ୍ଵାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଛି। ଆଜି ଡିସଚାର୍ଜ ହୋଇପାରନ୍ତି। ରବିବାର ଅସୁସ୍ଥତା କାରଣରୁ ସେ ସମ୍ ଅଲ୍ଟିମେଟ୍‌ରେ ଭର୍ତ୍ତି ହୋଇଥିଲେ। ଏନେଇ ହସ୍ପିଟାଲ୍ ପକ୍ଷରୁ ବୁଲେଟିନ୍ ଜାରି କରାଯାଇଛି।

ସୂଚନାନୁଯାୟୀ, ଡି-ହାଇଡ୍ରେସନ୍ ଜନିତ ସମସ୍ୟା ପାଇଁ ରବିବାର ସନ୍ଧ୍ୟା ପ୍ରାୟ ୫ଟା ୧୫ରେ ନବୀନ ପଟ୍ଟନାୟକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ହସ୍ପିଟାଲ ଯାଇ ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ନବୀନଙ୍କ ଦେଖିବାକୁ ବିଜେଡିର ବହୁ ବରିଷ୍ଠ ନେତା ମେଡିକାଲରେ ପହଞ୍ଚିଥିଲେ। ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଦ୍ରୁତ ଆରୋଗ୍ୟ କାମନା କରିଥିଲେ। ପ୍ରକାଶ ଥାଉକି, ସର୍ଭିକାଲ ଆଥ୍ରାଇଟିସ୍ ଅସ୍ତ୍ରୋପଚାର ପାଇଁ ଜୁନ୍ ୨୦ ତାରିଖରେ ନବୀନ ମୁମ୍ବାଇ ଯାଇଥିଲେ। ସେଠାରେ ୨୦ ଦିନ ରହିବା ପରେ ଗତ ଜୁଲାଇ ୧୨ ତାରିଖରେ ଭୁବନେଶ୍ୱର ଫେରିଥିଲେ।

Post Views72 Total Count

Apply Now


This will close in 0 seconds

error: Content is protected !!