ପୁଣି ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା

ଜିଲ୍ଲାରେ ପହଞ୍ଚିଛନ୍ତି ‘ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା’ ଟିମ। ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜିଲ୍ଲାର ୧୪୭ଜଣ ରୋଗୀ ଚିକିତ୍ସିତ ହୋଇଛନ୍ତି। ୧୮ରୁ ୨୧ ଅଗଷ୍ଟ ପର୍ଯ୍ୟନ୍ତ ସୁପର ସ୍ପେଶାଲିଷ୍ଟ ଡାକ୍ତର ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା ଯୋଜନାରେ ଜିଲ୍ଲାର ରୋଗୀଙ୍କ ଚିକିତ୍ସା କରିବେ। ଆଜି ପୂର୍ବାହ୍ନରେ ଏହି ୭ ଜଣିଆ ବିଶେଷଜ୍ଞ ଟିମ୍ ସ୍ଵତନ୍ତ୍ର ବିମାନ ଯୋଗେ ପହଞ୍ଚିଥିଲେ ମାଲକାନଗିରି ବିମାନ ବନ୍ଦରରେ। ସେଠାରୁ ମାଲକାନଗିରି ସଦର ମୁଖ୍ୟ ଡାକ୍ତରଖାନାରେ ପହଞ୍ଚି ୧୪୭ ରୋଗୀଙ୍କ ଚିକିତ୍ସା କରାଯାଇଥିଲା। ସେଥିମଧ୍ୟରୁ କାର୍ଡିଓଲୋଜିରେ ୩୫, ନ୍ୟୁରୋଲୋଜୀରେ ୩୮, ଗାଷ୍ଟ୍ରୋଏଣ୍ଟେରୋଲୋଜିରେ ୧୯, ଏଣ୍ଡୋକ୍ରିନୋଲୋଜୀରେ ୧୯ ଓ ନେଫ୍ରୋଲୋଜିରେ ୩୬ ଓ ୮ ଜଣ ଙ୍କର ଇସିଜି କରାଯାଇଛି।

ଏହି ଡାକ୍ତରୀ ଦଳରେ ସର୍ଜରୀ ସ୍ପେଶାଲିଷ୍ଟ ଏସ୍‌ସିବି ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ଜ୍ୟୋତିର୍ମୟ ନାୟକ, ବରିଷ୍ଠ କାର୍ଡିଓଲୋଜି ଆଭାଂଶ ଟଙ୍କ, ସିନିୟର୍ ନେଫ୍ରୋଲୋଜି ଡାକ୍ତର ଧିରଜ କୁମାର ଲେଙ୍କା, ସିନିୟର୍ ନ୍ୟୁରୋଲୋଜି ଡାକ୍ତର ସଂଘମିତ୍ରା ସାହୁ, ସିନିୟର୍ ଏଣ୍ଡୋକ୍ରିନୋଲୋଜୀ ଡାକ୍ତର ସୀତାକାନ୍ତ ପଣ୍ଡା, ସିନିୟର୍ ଗାଷ୍ଟ୍ରୋଏଣ୍ଟେରୋଲୋଜି ଡାକ୍ତର ରାକେଶ ମହାନ୍ତି, ଆସିଷ୍ଟାଣ୍ଟ ପ୍ରଫେସର ଆନାସ୍ଥେସିଓଲୋଜି ଡାକ୍ତର ରାଜ କୁମାର ମହାପାତ୍ର ପ୍ରମୁଖ ରହିଛନ୍ତି। ଉପାନ୍ତ ଅଞ୍ଚଳର ଲୋକଙ୍କ ପାଇଁ ସଞ୍ଜିବନୀ ପାଲଟିଛି ମୁଖ୍ଯମନ୍ତ୍ରୀ ବାୟୁ ସ୍ଵାସ୍ଥ୍ୟ ସେବା ବୋଲି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ କହିଛନ୍ତି। ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା ଯୋଜନା କାର୍ଯ୍ୟକ୍ରମ ଯୋଗୁ ରୋଗୀମାନେ ଉପକୃତ ହେଉଛନ୍ତି।

ଏହି କାର୍ଯ୍ୟକ୍ରମ ଗୁରୁବାର ପର୍ଯ୍ୟନ୍ତ ଜାରି ରହିବ ବୋଲି ମଧ୍ୟ ଜିଲ୍ଲାପାଳ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ସେବା ଯୋଗୁଁ ଗୁରୁତର ରୋଗୀଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ବର, କଟକର ବଡ଼ ହସ୍ପିଟାଲକୁ ଯିବାକୁ ପଡ଼ିବ ନାହିଁ। ରୋଗୀଙ୍କୁ ଜିଲ୍ଲା ଚିକିତ୍ସାଳୟରେ ହିଁ ବିଶେଷଜ୍ଞ ଡାକ୍ତରଙ୍କ ଦ୍ବାରା ଚିକିତ୍ସା ସେବା ମିଳି ପାରିବ। ଜିଲ୍ଲାର ରୋଗୀ ସୁପର ସ୍ପେସିଆଲିଷ୍ଟ ଡ଼ାକ୍ତରଙ୍କ ନିକଟରୁ ଚିକିତ୍ସା ସୁବିଧା ପାଇପାରୁଥିବାରୁ ଖୁସି ବ୍ୟକ୍ତ କରିଛନ୍ତି।

ଏହି ଅବସରରେ ସିଡିଏମଓ ଡାକ୍ତର ଡୋଳାମଣି ପ୍ରଧାନ, ଡାକ୍ତର ବ୍ରଜବନ୍ଧୁ ଦାସ, ଡାକ୍ତର ନିହାର ରଞ୍ଜନ ପ୍ରହରାଜ, ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର, ଡାକ୍ତର କବିତା ସ୍ବାଇଁ, ଡାକ୍ତର ସପନ କୁମାର ଡିଣ୍ଡା, ଡାକ୍ତର ପ୍ରଫୁଲ୍ଲ କୁମାର ବେହେରା, ଡାକ୍ତର ସୁବ୍ରତ କୁମାର ଜେନାଙ୍କ ସମେତ ଡିପିଏମ୍ ଡ଼ଃ ମୌସୁମୀ ମିଶ୍ର, ମେଡିକାଲ ମ୍ୟାନେଜର ସୁଶାନ୍ତ କୁମାର ବିଶ୍ବାଳ ଓ ବିଶ୍ୱଜିତ ଉପସ୍ଥିତ ଥିଲେ।

ମାଲକାନଗିରି ଜିଲ୍ଲାରେ ଗତ କିଛି ବର୍ଷ ତଳେ ରାଜ୍ୟର ତତ୍କାଳୀନ ସରକାର ମାଲକାନଗିରି ଜ଼ିଲ୍ଲାରୁ ଆରମ୍ଭ କରିଥିଲେ ବାୟୁ ସ୍ୱାସ୍ଥ୍ୟ ସେବା। କିନ୍ତୁ ୨୦୨୩ରୁ ବାୟୁ ସ୍ୱାସ୍ଥ୍ୟ ସେବା ବନ୍ଦ ହୋଇଯାଇଥିଲା। ବନ୍ଦ ପଡ଼ିଥିବା ଏହି ଯୋଜନାକୁ ପୁଣି ରାଜ୍ୟ ସରକାରଙ୍କ ପୁନଃ ଚାଲୁ କରିଛନ୍ତି।ରାଜ୍ୟ ସରକାରଙ୍କ ନିଷ୍ପତି ପରେ ଆଜି ଠାରୁ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା ମାଲକାନଗିରି ଜ଼ିଲ୍ଲାରୁ ଆରମ୍ଭ ହୋଇଛି। ସୂଚନାଯୋଗ୍ୟ ଯେ ଗତ ୨୦୨୧ମସିହାରେ ତତ୍କାଳୀନ ସରକାର ବାୟୁ ସ୍ୱାସ୍ଥ୍ୟ ସେବା ଆରମ୍ଭ କରିଥିଲେ। ଏହା ଗତ ୨୦୨୩ ମସିହା ଶେଷ ଆଡକୁ ବନ୍ଦ ହୋଇଯାଇଥିବା ବେଳେ ଆଉ ଏହି ସେବା ଆରମ୍ଭ ହୋଇ ପାରିନଥିଲା। ଆଜି ପୁନଃ ଆରମ୍ଭ ହୋଇଥିବା ବେଳେ ଏହି ଯୋଜନାରେ ବିଶେଷଜ୍ଞ ଡାକ୍ତର ମାନେ ସ୍ୱତନ୍ତ୍ର ବିମାନ ଯୋଗେ ଜ଼ିଲ୍ଲାକୁ ଆସି ପହଂଚିଛନ୍ତି। ପୂର୍ବରୁ ବାୟୁ ସ୍ୱାସ୍ଥ୍ୟ ସେବା ଯୋଗୁଁ ୫୪୧ ଜଣ ବିଭିନ୍ନ ରୋଗରେ ଆକ୍ରାନ୍ତ ଗୁରୁତର ରୋଗୀ ଏହି ଯୋଜନାର ଭଲ ହୋଇ ପାରିଥିଲେ।

Post Views4 Total Count

Apply Now


This will close in 0 seconds

error: Content is protected !!