ଦିଲ୍ଲୀରେ ଘଟିଥିବା ଭୟଙ୍କର ବିସ୍ଫୋରଣ ପଛରେ ଓଡ଼ିଶାର ଲିଙ୍କ୍

ଦିଲ୍ଲୀରେ ଘଟିଥିବା ଭୟଙ୍କର ବିସ୍ଫୋରଣ ପଛରେ ଓଡ଼ିଶାର ଲିଙ୍କ୍ ଥିବା ସୂଚନା ମିଳିଛି । ଓଡ଼ିଶାରେ ଆତଙ୍କୀ ମୁଜାମିଲ୍ ସକିଲର ସମ୍ପର୍କ ରହିଛି । ଏନେଇ ଅଟକ ଥିବା ଜମାତିଙ୍କୁ ଜେରା ବେଳେ ସୂଚନା ମିଳିଛି ।

ମୁଜାମିଲର ହ୍ୱାଟ୍ସଆପରେ ଓଡ଼ିଶାର ଲିଙ୍କ୍ ଆସିଥିଲା । ଆଉ ଏହାସହିତ ଏହି ଘଟଣାରେ ଜମ୍ମୁ, ହରିୟାଣା, ତାମିଲନାଡୁରେ ବି ଲିଙ୍କ ରହିଛି ବୋଲି କୁହାଯାଉଛି ।ଅନ୍ୟପଟେ ବି ଦିଲ୍ଲୀ ବିସ୍ଫୋରଣର ଆଉ ଏକ ଲୋମଟାଙ୍କୁରା ଭିଡିଓ ଏବେ ସାମ୍ନାକୁ ଆସିଛି।

ସନ୍ଧ୍ୟାର ଭିଡ଼ ଟ୍ରାଫିକ୍, ଧୀରେ ଧୀରେ ଗାଡ଼ି ଯାଉଥିବାବେଳେ ବଡ଼ ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣ ବେଳର ଆଉ ଏକ ସିସିଟିଭି ଦୃଶ୍ୟରେ ଏଭଳି କିଛି ଦେଖିବାକୁ ମିଳିଛି। ୧୫ ସେକେଣ୍ଡର ଏହି ଭିଡିଓରେ ଲାଲ କିଲ୍ଲା ମେଟ୍ରୋ ନିକଟର ବୋଲି ଜଣାପଡ଼ିଛି । ଯେଉଁଠି ଟ୍ରାଫିକ୍‌ରେ ଏକାଧିକ କାର ଧୀରେ ଧୀରେ ଆଗକୁ ବଢୁଥିବାବେଳେ ହଠାତ୍ ବଡ଼ ବିସ୍ଫୋରଣ ହେଉଥିବା ଦେଖିବାକୁ ମିଳିଛି ।

Post Views5 Total Count

Apply Now


This will close in 0 seconds

error: Content is protected !!