ଜମି ପଟ୍ଟା ସଂଶୋଧନ ପାଇଁ ତହସିଲଦାରଙ୍କୁ ମିଳିଲା କ୍ଷମତା

ଆପଣଙ୍କ ଜମି ପଟ୍ଟାରେ କିଛି ଭୁଲ ରହିଯାଇଛି କି? ଏହାର ସଂଶୋଧନ ପାଇଁ ଆପଣ ଚିନ୍ତିତ କି? ତେବେ ଏଣିକି ଆଉ ଟେନସନ ନିଅନ୍ତୁ ନାହିଁ | କାରଣ ସରକାର ଏବେ ନିୟମରେ ଏକ ବଡ ପରିବର୍ତ୍ତନ କରିଛନ୍ତି | ଏଣିକି ସହଜ ହେବ ପଟ୍ଟା ସଂଶୋଧନ । ପୁରୁଣା ପଞ୍ଜୀକୃତ କବଲା କିମ୍ବା ଅନ୍ୟାନ୍ୟ ବୈଧ ଦଲିଲ ସମ୍ବନ୍ଧୀୟ ଜମିଜମା ରେକର୍ଡର ସଂଶୋଧନ ପାଇଁ ତହସିଲଦାରଙ୍କୁ କ୍ଷମତା ପ୍ରଦାନ କରାଯାଇଛି ।  ଏନେଇ ଓଡ଼ିଶା ସର୍ଭେ ଆଣ୍ଡ ସେଟଲମେଣ୍ଟ  ରୁଲ୍‌ସର ସଂଶୋଧନ ପାଇଁ ମୁଖ୍ୟମନ୍ତ୍ରୀ ଅନୁମୋଦନ ପ୍ରଦାନ କରିଛନ୍ତି ।

କ୍ରେତା-ବିକ୍ରେତାଙ୍କ ସମସ୍ୟାକୁ ଦୂର କରିବା ପାଇଁ ଏଭଳି ସଂଶୋଧନ ହେବ । ବର୍ତ୍ତମାନ ପ୍ରାବଧାନ ଅନୁସାରେ ବନ୍ଦୋବସ୍ତ ପ୍ରକ୍ରିୟା ପୂର୍ବରୁ କିଣିଥିବା ଜମିର ଜମି ପଟ୍ଟା ବନ୍ଦୋବସ୍ତ ଅଧିକାରୀ କ୍ରେତାଙ୍କ ନାମରେ କରନ୍ତି । କିନ୍ତୁ ଯଦି କୌଣସି କାରଣ ଯୋଗୁଁ ବନ୍ଦୋବସ୍ତ ପ୍ରକ୍ରିୟାରେ ଏହି ଜମିପଟ୍ଟା କ୍ରେତାଙ୍କ ନାମରେ କରାଯାଇ ନଥାଏ, ତେବେ କ୍ରେତା ଏଥିପାଇଁ ରାଜସ୍ୱ ପର୍ଷଦ ବା ଅନ୍ୟ କ୍ଷମତାପ୍ରାପ୍ତ ରିଭିଜନ କୋର୍ଟ ରେ ଅପିଲ୍ କରିଥାନ୍ତି । ଅତ୍ୟଧିକ କାର୍ଯ୍ୟଭାର ଯୋଗୁଁ, ଏହି ଅପିଲଗୁଡିକ ବର୍ଷ ବର୍ଷ ଧରି ଫଇସଲା ନହୋଇ ପଡି ରହିଥାଏ ।

କିନ୍ତୁ, ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଅନୁମୋଦିତ ରୁଲ୍ ସଂଶୋଧନ ଦ୍ବାରା  ବର୍ତ୍ତମାନ ଏପରି ମାମଲାରେ ଜମିପଟ୍ଟା କ୍ରେତାଙ୍କ ନାମରେ ରେକର୍ଡ କରିବା ପାଇଁ ସଂପୃକ୍ତ ତହସିଲଦାରମାନେ କ୍ଷମତାପ୍ରାପ୍ତ ହେବେ। ଏହାଦ୍ବାରା ସଂପୃକ୍ତ କ୍ରେତାମାନେ ବନ୍ଦୋବସ୍ତ ପ୍ରକ୍ରିୟା) ପୂର୍ବରୁ ବୈଧ ଭାବେ କିଣିଥିବା ଜମିର ଜମିପଟ୍ଟା ନିଜ ନାମରେ କରିବା ପାଇଁ ସଂପୃକ୍ତ ତହସିଲଦାରଙ୍କ ପାଖରେ ଆବେଦନ କରିପାରିବେ । ସେମାନଙ୍କୁ ରାଜସ୍ବ ପର୍ଷଦ ବା ଅନ୍ୟ କ୍ଷମତାପ୍ରାପ୍ତ ରିଭିଜନ କୋର୍ଟରେ ଅପିଲ ବା ଆବେଦନ କରିବା ଆଉ ଦରକାର ହେବ ନାହିଁ ।

Post Views84 Total Count

Apply Now


This will close in 0 seconds

error: Content is protected !!