୩୧୫ ସ୍କୁଲରେ ଖାଲିପଡ଼ିଛି ୨୪୬୭ ଶିକ୍ଷକ ପଦ, କିଛି ଏଭଳି ଚାଲିଛି ଆଦର୍ଶ ବିଦ୍ୟାଳୟ

ଗରିବ ପିଲାଙ୍କୁ ସିବିଏସ୍‌ଇ ପାଠ ପଢ଼ାଇବାର ସୁନ୍ଦର ଯୋଜନା ହେଉଛି ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓଏଭି)। ମାତ୍ର ଏହି ସ୍କୁଲକୁ ବିକଳାଙ୍ଗ କରିବା ପାଇଁ ଚାଲିଛି ଷଡ୍‌ଯନ୍ତ୍ର। କେବଳ ଏହାର ଛାତ୍ରବୃତ୍ତି ବନ୍ଦ ହୋଇନାହିଁ, ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ମଧ୍ୟ ହେଉନାହିଁ। ଫଳସ୍ବରୂପ ରାଜ୍ୟର ୩୧୫ ଆଦର୍ଶ ସ୍କୁଲରେ ୨୪୬୭ ଶିକ୍ଷକ ପଦ ଖାଲି ପଡ଼ିଛି। ସୂଚନା ଅନୁଯାୟୀ, ୨୦୧୬ ମସିହାରୁ ଆଜି ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ୩୧୪ ବ୍ଲକ୍‌ରେ ଗୋଟିଏ ଲେଖାଏଁ ଓ ଭୁବନେଶ୍ବରରେ ସ୍ବତନ୍ତ୍ର ଭାବେ ଗୋଟିଏ ଏପରି ମୋଟ ୩୧୫ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ହୋଇଛି। ଯେଉଁଠି ବର୍ତ୍ତମାନ ସମୁଦାୟ ୧ ଲକ୍ଷ ୨୪ ହଜାର ୦୫୯ ବିଦ୍ୟାର୍ଥୀ ପାଠ ପଢ଼ୁଛନ୍ତି।

ସରକାରୀ ସ୍କୁଲରେ ପିଲା ପାଠ ପଢ଼ିବା ପାଇଁ ଆଗ୍ରହ ପ୍ରକାଶ କରୁନଥିବା ନେଇ ସାଧାରଣରେ ଧାରଣା ରହିଛି। ମାତ୍ର ଓଏଭିରେ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି। ଏଠାରେ ପ୍ରତିବର୍ଷ ସିଟ୍ ସଂଖ୍ୟାଠାରୁ ଢେର ଅଧିକ ପିଲା ପାଠ ପଢ଼ିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି। କିନ୍ତୁ ଶିକ୍ଷକ ନିଯୁକ୍ତି କ୍ଷେତ୍ରରେ ଆବଶ୍ୟକ ଧ୍ୟାନ ଦିଆଯାଉ ନଥିବା ନେଇ ମନ୍ତ୍ରୀଙ୍କ ତଥ୍ୟରୁ ସ୍ପଷ୍ଟ ହୋଇଛି। ଏଠାରେ ସମୁଦାୟ ୭୦୩୬ ଶିକ୍ଷକ ପଦରୁ ୪୫୬୯ ପଦରେ ନିଯୁକ୍ତି ହୋଇଛି।

Post Views32 Total Count

Apply Now


This will close in 0 seconds

error: Content is protected !!