ମୋହନ ସରକାରକୁ ଚ୍ୟାଲେଞ୍ଜ ଦେଲେ ଆଠଗଡ ବିଧାୟକ

ମୋହନ ସରକାରକୁ ଚ୍ୟାଲେଞ୍ଜ ଦେଲେ ଆଠଗଡ ବିଧାୟକ । ଆଜି ବିଧାନସଭାରେ ରତ୍ନଭଣ୍ଡାର ଚାବି କଥା ଉଠାଇ ମୋହନ ସରକାରକୁ ଚ୍ୟାଲେଞ୍ଜ କରିଛନ୍ତି ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ମଙ୍ଗଳବାର ବିନିଯୋଗ ବିଲ ଆଲୋଚନାରେ ଭାଗ ନେଇ ବରିଷ୍ଠ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ କହିଥିଲେ, ରତ୍ନ ଭଣ୍ଡାରର  ଚାବି  ତାମିଲ ନେଇଗଲା ବୋଲି କୁହାଗଲା । ଏମିତି କି ରତ୍ନ ଭଣ୍ଡାର ଚାବି ତାମିଲନାଡୁ ପଳାଇଲା ବୋଲି ମଧ୍ୟ କୁହାଗଲା ତେଣୁ ଏବେ ସିବିଆଇ ତଦନ୍ତ କରି ତାମଲକୁ ବାନ୍ଧ ବୋଲି କହିଛନ୍ତି ରାଜ ସ୍ୱାଇଁ ।

 

ଏହାସହ ବିଧାନସଭାରେ ରାଜା ଆହୁରି ବି କହିଛନ୍ତି, ଖୋଦ୍ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସି ରତ୍ନଭଣ୍ଡାର ଚାବି କଥା କହିଲେ, ରତ୍ନଭଣ୍ଡାର ଚାବି ତାମିଲନାଡୁ ପଳେଇଛି ବୋଲି କହିଲେ । ତେଣୁ ଯଦି ରତ୍ନଭଣ୍ଡାର ଚାବି ତାମିଲନାଡୁ ଯାଇଛି, ତେବେ କାହିଁକି ବାନ୍ଧୁନ ବୋଲି ପ୍ରଶ୍ନ କରିଛନ୍ତି ରାଜା । ଏହି ଘଟଣାରେ ସିବିଆଇ ତଦନ୍ତ କୁଆଡେ ଗଲା ବୋଲି କହିବା ସହିତ ମୋହନ ସରକାରକୁ ଚ୍ୟାଲେଞ୍ଜ କରିଛନ୍ତି ବିଜେଡି ବିଧାୟକ ।

Post Views43 Total Count

Apply Now


This will close in 0 seconds

error: Content is protected !!