ଜାଣନ୍ତୁ କାହିଁକି କ୍ଷମା ମାଗିଲେ ଏହି ଅଭିନେତା

ସୋହେଲଙ୍କ ଏହି ଭିଡିଓ ଭାଇରାଲ ହେବା ପରେ ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ବିବୃତି ଜାରି କରି ସମସ୍ତଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି। ସେ ଲେଖିଛନ୍ତି ଯେ, “ମୁଁ ସମସ୍ତ ବାଇକ୍ ଆରୋହୀଙ୍କୁ ଅନୁରୋଧ କରିବାକୁ ଚାହୁଁଛି ଯେ, ଦୟାକରି ହେଲମେଟ୍ ପିନ୍ଧନ୍ତୁ। ମୁଁ ଅଣନିଶ୍ବାସୀ ଅନୁଭବ କରୁଥିବାରୁ ହେଲମେଟ୍ ପିନ୍ଧି ନଥିଲି। କିନ୍ତୁ ଏହା ହେଲମେଟ ନପିନ୍ଧିବାର କାରଣ ହେବା କଥା ନୁହେଁ। ପିଲାଦିନରୁ ସାଇକେଲ ଚଲାଇବାରେ ମୋର ଆଗ୍ରହ ଥିଲା। ମୁଁ ବିଏମଏକ୍ସ ସାଇକେଲ ଚଲାଇବା ଆରମ୍ଭ କରିଥିଲି। ଏବେ ବି ମୁଁ ସାଇକେଲ ଚଲାଏ। ପ୍ରାୟତଃ ବିଳମ୍ବିତ ରାତିରେ ମୁଁ ଗାଡି ଚଲାଏ ଯେତେବେଳେ ଅଧିକ ଟ୍ରାଫିକ୍ ନଥାଏ ଏବଂ ବିପଦ କମ ଥାଏ। ସେତେବେଳେ ମୁଁ ଗାଡି ବହୁତ ଧୀର ଗତିରେ ଚଲାଏ ।
ମୁଁ ଗାଡି ଚଲାଇବା ବେଳେ ମୋ ପଛରେ ମୋର ଅନ୍ୟ ଗାଡ଼ି ଥାଏ। ମୋର ସାଥୀ ଆରୋହୀମାନଙ୍କୁ ପ୍ରତିଶ୍ରୁତି ଦେଉଛି ଯେ, ମୁଁ ମୋର କ୍ଲାଷ୍ଟ୍ରୋଫୋବିକ୍ ଦୂର କରିବାକୁ ପ୍ରୟାସ କରିବି ଏବଂ ଗାଡି ଚଲାଇବା ବେଳେ ହେଲମେଟ୍ ପିନ୍ଧିବି । ସୋହେଲ ଟ୍ରାଫିକ କର୍ତ୍ତୃପକ୍ଷଙ୍କୁ କ୍ଷମା ମାଗି କହିଛନ୍ତି ଯେ, ଟ୍ରାଫିକ୍ କର୍ତ୍ତୃପକ୍ଷଙ୍କ ନିକଟରେ ମୁଁ କ୍ଷମା ପ୍ରାର୍ଥନା କରୁଛି ଏବଂ ପ୍ରତିଶ୍ରୁତି ଦେଉଛି ଯେ, ମୁଁ ଏବେଠାରୁ ସମସ୍ତ ନିୟମ ପାଳନ କରିବି।”

Post Views8 Total Count

Apply Now


This will close in 0 seconds

error: Content is protected !!