ତାଳଚେରରେ ବାୟୁ ପ୍ରଦୂଷଣକୁ ନେଇ କଟକଣା 

ତାଳଚେରରେ  ବାୟୁ ପ୍ରଦୂଷଣ ଉତ୍କଟ। ଦିଲ୍ଲୀର ବାୟୁ ପ୍ରଦୂଷଣକୁ ମଧ୍ୟ ଟପି ଯାଇଛି। ଏହାକୁ ଆଖି ଆଗରେ ରଖି ଅନୁଗୁଳ ଜିଲ୍ଲାପାଳ ୭ ଦିନ ପାଇଁ କଟକଣା ଜାରି କରିଛନ୍ତି।

ତାଳଚେର ଟାଉନ ଭିତରେ ଭାରିଯାନ ଟ୍ରକ ପ୍ରବେଶକୁ ନିଷେଧ କରାଯାଇଛି। ମ୍ୟୁନିଲିପାଲଟି,ଏମସିଏଲ ଆଉ ଏନଏଚଆଇ ମିଳିତ ଭାବେ ୩ଥର ରାସ୍ତା ଉପରେ ପାଣି ସିଞ୍ଚନ କରିବେ। କୋଇଲା ଜାଳିବା ଉପରେ ମଧ୍ୟ ନିଷେଧ କରାଯାଇଛି। ସହର ମଧ୍ୟରେ କୋଇଲା ଏବଂ ପାଉଁଶ ଟ୍ରକ ଚଳାଚଳକୁ ନିଷେଧ କରାଯାଇଛି। ପାଲ ଭିଡାଯାଇ ନଥିବା କୌଣସି ଟ୍ରକ ଏନଏଚ ୧୪୯ ରେ ଯିବା ନିଷେଧ କରାଯାଇଛି। ଏଭଳି ୧୨ ଟି ସର୍ତ୍ତ ରଖିଛନ୍ତି ଅନୁଗୋଳ ଜିଲ୍ଲାପାଳ।

Post Views36 Total Count

Apply Now


This will close in 0 seconds

error: Content is protected !!