ଅନୁଗର୍ଗଙ୍କୁ ସାକ୍ଷାତ କଲେ ବିଧାୟକ ରୂପେଶ ପାଣିଗ୍ରାହୀ

ପାରଳାଖେମୁଣ୍ଡି ବିଧାୟକ ରୂପେଶ ପାଣିଗ୍ରାହୀ ସୋମବାର ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ଅନୁଗର୍ଗଙ୍କୁ ସାକ୍ଷାତ କରି ମୁଖ୍ୟଶାସନ ସଚିବ ଭାବରେ ଦ୍ବାୟିତ୍ୱ ନେଇଥିବା ବେଳେ ସେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ହୋଇଥିବାରୁ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସେହିଭଳି ଇଂରାଜୀ ନବବର୍ଷର ଶୁଭକାମନା ଜଣାଇଛନ୍ତି ।

ଏହି ଅବସରରେ ଜିଲାର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଓ ତାର ଅନୁଦାନ ଏବଂ ଚାଷୀମାନଙ୍କ ଲାଗି ରହିଥିବା ସମସ୍ୟା ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ। ଗଜପତି ଏକ ଆଦିବାସୀ ବହୁଳ ଏବଂ କେନ୍ଦ୍ର ସରକାରଙ୍କ ଆକାଂକ୍ଷା ଜିଲା ହୋଇ ଥିବାରୁ ସ୍ବତନ୍ତ୍ର ଧ୍ୟାନ ଦେବାକୁ ଅନୁରୋଧ କରିଥିଲେ। ବିଶେଷ କରି ଜିଲାପାଳ ପଦବୀରେ ଜଣେ ଆଇଏଏସଙ୍କୁ ଦେବା ପାଇଁ ଅନୁରୋଧ କରିଥିଲେ।

ପ୍ରତିକ୍ରିୟାରେ ନୂତନ ଜିଲାପାଳ ଭାବେ ଜଣେ ଆଇଏଏସଙ୍କୁ ଦାୟିତ୍ୱ ଦିଆଯାଇଥିବା କହିଥିଲେ। ମଧ୍ୟ ପ୍ରତ୍ୟେକ ସମୟରେ ଜିଲାପାଳଙ୍କ ବଦଳି ଯୋଗୁ ଜିଲାର ବିକାଶ ମୁଳକ କାର୍ଯ୍ୟର ଅଗ୍ରଗତିରେ ବାଧା ସୃଷ୍ଟି ହେଉଥିବା ବିଧାୟକ ଅବଗତ କରାଇଥିଲେ। ଆଗାମୀ ସମୟରେ ସେଥିପ୍ରତି ଧ୍ୟାନ ଦେବାକୁ ମୁଖ୍ୟ ଶାସନ ସଚିବ ପ୍ରତିଶ୍ରୁତି ଦେଇଥିବା ପାରଳା ବିଧାୟକ ରୂପେଶ ପାଣିଗ୍ରାହୀ ପ୍ରକାଶ କରିଛନ୍ତି।

Post Views4 Total Count

Apply Now


This will close in 0 seconds

error: Content is protected !!