କଳାହାଣ୍ଡି ଜିଲ୍ଲାକୁ ୮୯୧ .୩୯   କୋଟି  ଟଙ୍କାର ୩,୬୧୨ଟି ପ୍ରକଳ୍ପ ଭେଟିଦେଲେ ମୁଖ୍ୟମନ୍ତ୍ରୀ 

କଳାହାଣ୍ଡି ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସିଥିଲେ। ଭବାନୀପାଟଣାଠାରେ ଆୟୋଜିତ ୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୬ ଉଦ୍‌ଯାପନୀ ଶେଷ ସନ୍ଧ୍ୟାରେ ଯୋଗଦେଇ ଜିଲ୍ଲାବାସୀଙ୍କୁ ସମ୍ବୋଧନ କରିଥିଲେ। ପ୍ରଥମେ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ଵରୀଙ୍କ ଦର୍ଶନ କରିଥିଲେ ମୁଖ୍ୟମନ୍ତ୍ରୀ ।

ସେଠାରୁ ଭବାନୀପାଟଣାର ଲାଲବାହାଦୂର ଶାସ୍ତ୍ରୀ ଷ୍ଟାଡିଅମ୍‌ଠାରେ  ଆୟୋଜିତ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୬ ଉଦ୍‌ଯାପନୀ ସଭାରେ ଯୋଗ ଦେଇ ଜିଲ୍ଲାବାସୀଙ୍କୁ ସମ୍ବୋଧିତ କରିଥିଲେ।

ସାସ୍କୃତିକ ସଭାରେ ଧର୍ମଗଡ଼ ବିଧାୟକ ସୁଧୀର ପଟ୍ଟଯୋଶୀ, ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଓ ନର୍ଲା ବିଧାୟକ ମନୋରମା ମହାନ୍ତି ଯୋଗ ଦେଇଥିଲେ। କଳାହାଣ୍ଡି ଜିଲ୍ଲାର ମଣ୍ଡିର ଅବ୍ୟବସ୍ଥା ଉପରେ ସେମାନେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଜିଲ୍ଲା ପାଇଁ ପ୍ରାୟ ୮୯୧ .୩୯   କୋଟି  ଟଙ୍କା ବିନିମୟରେ ୩ ହଜାର ୬୧୨ ଟି ପ୍ରକଳ୍ପର ଲୋକାର୍ପଣ କରିଥିଲେ।

Post Views36 Total Count

Apply Now


This will close in 0 seconds

error: Content is protected !!