ସମ୍ବଲପୁର ଜିଲ୍ଲାକୁ ସମୃଦ୍ଧ କରିବାରେ ଗୁରୁତ୍ୱପୂର୍ଣ ଦାୟିତ୍ୱ ବହନ କରିଛି। ସ୍ଥାନୀୟ ନିଯୁକ୍ତିକୁ ଗୁରୁତ୍ୱ ଦିଆଯାଉ ନଥିବା ନେଇ ଜନ ପ୍ରତିନିଧିଙ୍କ ମଧ୍ୟରେ ଅସନ୍ତୋଷ ରହୁଛି।
କିନ୍ତୁ କମ୍ପାନି କର୍ତ୍ତୃପକ୍ଷ କହୁଛନ୍ତି ଏବେ ୬୫୦୦ ଲୋକ ନିଯୁକ୍ତି ପାଇଛନ୍ତିl ସେଥିରୁ ୮୦ ପ୍ରତିଶତ ସ୍ଥାନୀୟ ନିଯୁକ୍ତି ଦେଇଛନ୍ତି। କେତେ ନିଯୁକ୍ତି ଦିଆଯାଇଛି, ତାହାର ହିସାବ ନିକାସ ହେବ। କମ୍ପାନି କର୍ତ୍ତୃପକ୍ଷଙ୍କୁ ୮୦ ପ୍ରତିଶତ ସ୍ଥାନୀୟ ନିଯୁକ୍ତି ଦେବାକୁ ପଡ଼ିବ।
୮୦ ପ୍ରତିଶତ ସ୍ଥାନୀୟ ନିଯୁକ୍ତି ଦେଲେ ଆମେ କାରଖାନାର ସମ୍ପ୍ରସାରଣରେ ସମର୍ଥନ କରିବୁ। ସ୍ଥାନୀୟ ଲଫଙ୍ଗାସ୍ଥିତ ଆଦିତ୍ୟ ଆଲୁମିନିୟମ ଶିଳ୍ପାନୁଷ୍ଠାନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇଟି ପ୍ରକଳ୍ପ ଉଦଘାଟନ ଓ ଗୋଟିଏ ପ୍ରକଳ୍ପର ଶିଲାନ୍ୟାସ କରିବା ଅବସରରେ ଏହା କହିଛନ୍ତି। ସେ ଆଜି ୫ ହଜାର କୋଟିର ଆଲୁମିନିୟମ ଏଫ.ଆର.ପି ୟୁନିଟ ଓ ୮୩୪ କୋଟିର ସ୍ବତନ୍ତ୍ର ବ୍ୟାଟେରି ଫଏଲ ତିଆରି ୟୁନିଟର ଉଦଘାଟନ କରିଛନ୍ତି। ଏହା ସହ ୨୧ ହଜାର ୧୬୨ କୋଟି ଆଦିତ୍ୟ ଆଲୁମିନିୟମ ସ୍ମେଲଟର କ୍ଷମତା ସମ୍ପ୍ରସାରଣ ପ୍ରକଳ୍ପର ଶିଲାନ୍ୟାସ କରିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାରେ ଆହୁରି ନୂଆ ଶିଳ୍ପ ପ୍ରତିଷ୍ଠା କରାଯିବ। ନୂଆନୂଆ ଶିଳ୍ପ ପ୍ରତିଷ୍ଠା ହେଲେ ୧୫ ଲକ୍ଷ ଶିକ୍ଷିତ ଯୁବକ ଯୁବତୀ ଚାକିରି ପାଇ ପାରିବେ। ଅଞ୍ଚଳର ଯୁବକମାନେ ଦକ୍ଷ ହେଲେ ଏଠିକାର କମ୍ପାନି ବାଧ୍ୟ ନିଯୁକ୍ତି ଦେବ।
ବାହାର ରାଜ୍ୟର ଯୁବକ ଯୁବତୀମାନଙ୍କୁ ଯେଉଁ ଅଗ୍ରାଧିକାର ଦିଆଯଉଛି ତାହା ଆମ ଯୁବକ ଯୁବତୀମାନେ ପାଇବେ। ୨୦ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ହେବ। ହିଣ୍ଡାଲକୋ ଏମଡି ସତୀଶ ପାଇଙ୍କୁ ମୁଖ୍ୟମନ୍ତ୍ର ନିର୍ଦ୍ଦେଶ ଦେଇଛନ୍ତି ୮୦ ପ୍ରତିଶତ ସ୍ଥାନୀୟ ଯୁବକମାନଙ୍କୁ ଚାକିରି ଦିଆଯାଉ।

