ଆଖି ବୁଜିଲେ ପି.ଟି. ଉଷାଙ୍କ ସ୍ଵାମୀ

ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ ସଭାପତି ଏବଂ ରାଜ୍ୟସଭା ସଦସ୍ୟ ପିଟି ଉଷାଙ୍କ ସ୍ୱାମୀ ଭି. ଶ୍ରୀନିବାସନଙ୍କର ଦେହାନ୍ତ ଘଟିଛି । ଆଜି ଭୋରରେ ତାଙ୍କ ସ୍ବାମୀ ମାତ୍ର ୬୭ ବର୍ଷ ବୟସରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିବା ଜଣାପଡିଛି । ତାଙ୍କ ମୃତ୍ୟୁ ପରେ କ୍ରୀଡା ଏବଂ ସାମାଜିକ ମହଲରେ ଶୋକର ଛାୟା ଖେଳିଯାଇଛି ।

ସୂଚନାନୁଯାୟୀ, ଆଜି ସକାଳେ ଭି.ଶ୍ରୀନିବାସ ତାଙ୍କ ବାସଭବନରେ ଚେତାଶୂନ୍ୟ ହୋଇଯାଇଥିଲେ । ଫଳରେ ତାଙ୍କୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା । କିନ୍ତୁ ସମସ୍ତ ଚେଷ୍ଟା ସତ୍ତ୍ବେ ତାଙ୍କ ଜୀବନ ବଞ୍ଚାଯାଇପାରିନଥିଲା । ଏହା ପୂର୍ବରୁ ଭି. ଶ୍ରୀନିବାସନ ଜଣେ ପୂର୍ବତନ କେନ୍ଦ୍ର ସରକାରୀ କର୍ମଚାରୀ ଥିଲେ । ସେ ପି.ଟି. ଉଷାଙ୍କ ଚମତ୍କାର କ୍ରୀଡା କ୍ୟାରିୟରଠାରୁ ଆରମ୍ଭ କରି ରାଜନୈତିକ ଯାତ୍ରା ପର୍ଯ୍ୟନ୍ତ ପ୍ରତ୍ୟେକ ପଦକ୍ଷେପରେ ଉଷାଙ୍କୁ ସମର୍ଥନ କରନ୍ତି । ତାଙ୍କର ଗୋଟିଏ ପୁଅ ମଧ୍ୟ ରହିଛି ।

ଅନ୍ୟପଟେ ଏପରି ଖବର ଶୁଣିବା ପରେ ପ୍ରଧାନମନ୍ତ୍ରୀ ମୋଦି PT ଉଷାଙ୍କ ସହ କଥା ହୋଇ ତାଙ୍କ ପ୍ରତି ସମବେଦନା ଜଣାଇଥିଲେ । ଏଥିସହ ସେ ସ୍ୱର୍ଗତ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରୁଛନ୍ତି । କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ ମଧ୍ୟ ଭି. ଶ୍ରୀନିବାସନଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ଏଥିସହ କଷ୍ଟକର ସମୟରେ ପରିବାର ଲୋକଙ୍କୁ ସାହାସ ଦେବା ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

Post Views15 Total Count

Apply Now


This will close in 0 seconds

error: Content is protected !!