ବିଲ୍ ଗେଟ୍ସ ଯୌନ ସଂକ୍ରମଣରେ ଆକ୍ରାନ୍ତ

ଜେଫ୍ରି ଏପଷ୍ଟାଇନ୍ ମାମଲା ସହ ଜଡିତ ନୂଆ ତଥା ଚାଞ୍ଚଲ୍ୟକର ତଥ୍ୟ ସମ୍ବଳିତ ଫାଇଲ୍ ସାରା ବିଶ୍ୱରେ ଆଲେଡ଼ନ ସୃଷ୍ଟି କରିଛି। ଏଥିରେ ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସ ଯୌନ ସଂକ୍ରମଣରେ ଆକ୍ରାନ୍ତ ହୋଇଥିବା ଅଭିଯୋଗ ହୋଇଛି।

ଆମେରିକାର ନ୍ୟାୟ ବିଭାଗ ଦ୍ୱାରା ପ୍ରକାଶିତ ଏହି ଦଲିଲ୍ ଗୁଡିକରେ ରୁଷୀୟ ମହିଳାଙ୍କ ସହ ତାଙ୍କର ସମ୍ପର୍କ ଉଲ୍ଲେଖ କରାଯାଇଛି। ତଥାପି, ବିଲ୍ ଗେଟ୍ସଙ୍କ ଜଣେ ମୁଖପାତ୍ର ଏହି ସମସ୍ତ ଦାବିକୁ ସମ୍ପୂର୍ଣ୍ଣ ମିଥ୍ୟା ଓ ମାନହାନିଜନକ ବୋଲି କହିଛନ୍ତି।

ଗେଟ୍ସ ଆଣ୍ଟିବାୟୋଟିକ୍ ବ୍ୟବହାର କରିଥିଲେ। ଉଦ୍ଦେଶ୍ୟ ଥିଲା ତାଙ୍କ ତତ୍କାଳୀନ ପତ୍ନୀ ମେଲିଣ୍ଡା ଗେଟ୍ସଙ୍କଠାରୁ ଏହାକୁ ଲୁଚାଇ ରଖିବା। ଏପଷ୍ଟାଇନ୍ ଦାବି କରିଛନ୍ତି ଯେ, ଗେଟ୍ସ ତାଙ୍କୁ ଏହି ଘଟଣାଗୁଡ଼ିକ ସହିତ ଜଡିତ ଇମେଲଗୁଡ଼ିକୁ ଡିଲିଟ୍ କରିବାକୁ ନିର୍ଦ୍ଦେଶ ଦେଇଥିଲେ।ପ୍ରକାଶିତ ଦଲିଲ୍‌ରେ ୨୦୧୩ ମସିହାରେ ଏପଷ୍ଟାଇନଙ୍କ ଦ୍ୱାରା ନିଜ ପାଖକୁ ପଠାଯାଇଥିବା ଇମେଲର ଡ୍ରାଫ୍ଟ ଅନ୍ତର୍ଭୁକ୍ତ। ଏହି ଇମେଲଗୁଡ଼ିକରେ ଦାବି କରାଯାଇଛି, ବିଲ୍ ଗେଟ୍ସଙ୍କର ରୁଷିଆନ ଯୁବତୀ ମହିଳାଙ୍କ ସହିତ ସମ୍ପର୍କ ଥିଲା ଓ ଏହି ସମ୍ପର୍କ ସମୟରେ ସେ ଯୌନ ସଂକ୍ରମଣ ରୋଗ(ଏସ୍‌ଟିଡି)ରେ ଆକ୍ରାନ୍ତ ହୋଇଥିଲେ।

Post Views16 Total Count

Apply Now


This will close in 0 seconds

error: Content is protected !!