ମାଲେସିଆ ଗସ୍ତ ସାରି ଫେରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

 

ମାଲେସିଆ ଗସ୍ତ ସାରି ଫେରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭାରତ-ମାଲେସିଆ ସମ୍ପର୍କରେ ଯୋଡ଼ି ହେଲା ନୂଆ ଅଧ୍ୟାୟ। ପିଏମ୍ ମୋଦିଙ୍କ ଗସ୍ତ ସମୟରେ ପ୍ରତିରକ୍ଷା, ବାଣିଜ୍ୟ ଓ ସେମିକଣ୍ଡକ୍ଟର ସମେତ ୧୧ଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି।
ମାଲେସିଆରେ ଭାରତର ଏକ ନୂତନ କନସୁଲେଟ୍ ଜେନେରାଲ୍ ପ୍ରତିଷ୍ଠା ଓ ମାଲେସିଆ ବିଶ୍ୱବିଦ୍ୟାଳୟରେ ‘ଥିରୁଭାଲୁଭର ଚେୟାର୍’ ସ୍ଥାପନ ପାଇଁ ନିଷ୍ପତ୍ତି ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ ମୋଦି। ବିମାନବନ୍ଦରରେ ନିଜେ ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ।

ଉଭୟ ନେତା ଏକାଠି ଗୋଟିଏ କାର୍ ରେ ଯାତ୍ରା କରିଥିଲେ। ଯାହା ସେମାନଙ୍କର ଗଭୀର ବନ୍ଧୁତ୍ୱକୁ ଦର୍ଶାଇଥିଲା। କେବଳ କୂଟନୈତିକ ସମ୍ପର୍କ ନୁହେଁ, ଦୁଇ ଦେଶର ଅର୍ଥନୀତିକୁ ଗତିଶୀଳ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଭାରତ ଓ ମାଲେସିଆର ପ୍ରମୁଖ କମ୍ପାନୀଗୁଡ଼ିକର CEOମାନଙ୍କ ସହ ବି ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ। ଏହି ସିଇଓ ଫୋରମରେ ଯୋଗ ଦେଇଥିଲେ ଉଭୟ ଦେଶର ଶିଳ୍ପପତି।

 

 

Post Views4 Total Count

Apply Now


This will close in 0 seconds

error: Content is protected !!