କନକ ବର୍ଦ୍ଧନ ସିଂଦେଓଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି

କନକ ବର୍ଦ୍ଧନ ସିଂଦେଓଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି । ତାଙ୍କ ବିରୋଧରେ ହାଇକୋର୍ଟରେ ଚାଲିଥିବା ନିର୍ବାଚନୀ ମାମଲା ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ । ଏହା ସହ ବିଜେଡିର ପରାଜିତ ପ୍ରାର୍ଥୀ ସରୋଜ ମେହେରଙ୍କୁ ଜବାବ ଦାଖଲ ପାଇଁ ସୁପ୍ରିମକୋର୍ଟ ନୋଟିସ ଜାରୀ କରିଛନ୍ତି । ୪ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ।

୨୦୨୪ ବିଧାନସଭା ନିର୍ବାଚନ ସମୟରେ କନକ ବର୍ଦ୍ଧନ ସିଂଦେଓ ନିଜ ନାମାଙ୍କନ ପତ୍ରରେ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ନେଇ ବିଜେଡିର ପରାଜିତ ପ୍ରାର୍ଥୀ ସରୋଜ ମେହେର ଅଭିଯୋଗ କରିଥିଲେ। ନିଜ ବିରୋଧରେ ଥିବା ଅପରାଧିକ ମାମଲା ସମ୍ପର୍କରେ ତଥ୍ୟ ଲୁଚାଇବା ସହ ସମ୍ପତ୍ତି ବିଷୟରେ ଭୁଲ ତଥ୍ୟ ଦେଇଥିବା ଦର୍ଶାଇ କନକ ବର୍ଦ୍ଧନଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବାକୁ ସରୋଜ ହାଇକୋର୍ଟରେ ନିର୍ବାଚନୀ ମାମଲା ଦାୟର କରିଥିଲେ ।

ବିନା ଶୁଣାଣିରେ ନିର୍ବାଚନୀ ମାମଲା ଖାରଜ କରିବାକୁ କନକ ବର୍ଦ୍ଧନ ହାଇକୋର୍ଟରେ ଆବେଦନ କରିଥିଲେ । କନକଙ୍କ ଆବେଦନକୁ ବିଚାର କରି ନିର୍ବାଚନୀ ମାମଲା ଚାଲିବ ବୋଲି ହାଇକୋର୍ଟ ରାୟ ଶୁଣାଇଥିଲେ । ହାଇକୋର୍ଟଙ୍କ ଏହି ରାୟକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟରେ ଏସ ଏଲ ପି ଦାଖଲ କରିଥିଲେ କନକ ବର୍ଦ୍ଧନ ସିଂଦେଓ ।

Post Views29 Total Count

Apply Now


This will close in 0 seconds

error: Content is protected !!