BCCIର ନମନ ପୁରସ୍କାର ଘୋଷଣା

ନମନ ପୁରସ୍କାର-୨୦୨୬ ଘୋଷଣା କଲା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ। ଶୁଭମନ ଗିଲ୍ ସର୍ବଶ୍ରେଷ୍ଠ ଅନ୍ତରାଷ୍ଟ୍ରୀୟ କ୍ରିକେଟର। ଟେଷ୍ଟ ଏବଂ ୱାନଡେ କ୍ୟାପ୍ଟେନ ଶୁଭମନ ଗିଲଙ୍କୁ ବିସିସିଆଇର ପ୍ରତିଷ୍ଠିତ କ୍ରିକେଟର ଅଫ ଦ ଇଅର ପୁରସ୍କାରରେ ସାମ୍ମାନିତ କରାଯିବ। ସେହିପରି ସ୍ମୃତି ମନ୍ଧାନାଙ୍କୁ ସର୍ବଶ୍ରେଷ୍ଠ ମହିଳା କ୍ରିକେଟର ଭାବେ ପୁରସ୍କୃତ କରାଯିବ। ମାର୍ଚ୍ଚ ୧୫ରେ ନୂଆଦିଲ୍ଲୀରେ ଏକ ଭବ୍ୟ ସମାରୋହରେ ସେମାନଙ୍କୁ ସମ୍ମାନିତ କରାଯିବ।

ଶୁଭମନ ଗିଲ୍ ଦ୍ଵିତୀୟ ଥର ପାଇଁ ଏହି ପୁରସ୍କାର ଜିତିଛନ୍ତି। ଏହା ପୂର୍ବରୁ ୨୦୨୩ରେ ତାଙ୍କୁ ସମ୍ମାନିତ କରାଯାଇଥିଲା। ତେବେ ସଚିନ ତେନ୍ଦୁଲକର ଏବଂ ରବିଚନ୍ଦ୍ରନ ଅଶ୍ୱିନ ମଧ୍ୟ ଦୁଇ ଦୁଇ ଥର ଏହି ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। କେବଳ ବିରାଟ କୋହଲି ଏବଂ ଜସପ୍ରିତ ବୁମରା ଅଧିକ ଥର ଏହି ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। କୋହଲିଙ୍କୁ ପାଞ୍ଚ ଥର ବିସିସିଆଇ କ୍ରିକେଟର ଅଫ୍ ଦି ଇୟର ଭାବରେ ସମ୍ମାନିତ କରାଯାଇଛି। ବୁମରା ତିନି ଥର ଏହି ପୁରସ୍କାର ଜିତିଛନ୍ତି।

୨୬ ବର୍ଷୀୟ ଶୁଭମନ ୨୦୨୫ରେ ଟେଷ୍ଟ ଏବଂ ଏକ ଦିବସୀୟ କ୍ରିକେଟରେ ଚମତ୍କାର ପ୍ରଦର୍ଶନ କରିଥିଲେ। ତଥାପି ତାଙ୍କୁ ଟି-୨୦ ବିଶ୍ୱକପ୍ ରେ ସାମିଲ କରାଯାଇ ନଥିଲା। ତଥାପି ଅନ୍ୟ ଦୁଇଟି ଫର୍ମାଟରେ ତାଙ୍କର ପ୍ରଦର୍ଶନ ବହୁତ ଦୃଢ଼ ଥିଲା। ଶୁଭମନ ଗତବର୍ଷ ଟେଷ୍ଟ କ୍ରିକେଟରେ ଚମତ୍କାର ବ୍ୟାଟିଂ କରିଥିଲେ ଏବଂ ୯୮୩ ରନ କରିଥିଲେ।  ବିସିସିଆଇ ପୂର୍ବତନ କ୍ରିକେଟର ରୋଜର ବିନ୍ନି ଏବଂ ରାହୁଲ ଦ୍ରାବିଡ଼ଙ୍କୁ କର୍ଣ୍ଣଲ ସି.କେ.ନାୟୁଡୁ ଲାଇଫଟାଇମ୍ ଆକଚିଭମେଣ୍ଟ ଆୱାର୍ଡରେ ସମ୍ମାନିତ କରିବ। ମହିଳା କ୍ରିକେଟରେ ବଡ଼ ଅବଦାନ ପାଇଁ ମିତାଲି ରାଜଙ୍କୁ ସମ୍ମାନିତ କରାଯିବ। ବିନ୍ନି ପୂର୍ବତନ ବିସିସିଆଇ ସଭାପତି ଥିଲେ। ସେହିପରି ଦ୍ରାବିଡଙ୍କ କାର୍ଯ୍ୟକାଳରେ ଭାରତ ୨୦୨୪ ଟି-୨୦ ବିଶ୍ୱକପ୍ ଜିତିଥିଲା।

 

 

Post Views33 Total Count

Apply Now


This will close in 0 seconds

error: Content is protected !!