ଇରାନ ଆନୁଷ୍ଠାନିକ ଭାବରେ ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବା ନିଷ୍ପତ୍ତିକୁ ପ୍ରତ୍ୟାହାର

ଆମେରିକା-ଇରାନ ଯୁଦ୍ଧ ଆରମ୍ଭ ହେବା ପରଠାରୁ ହର୍ମୁଜ ପ୍ରଣାଳୀ ବିବାଦର କେନ୍ଦ୍ର ହୋଇ ରହିଛି। ଇରାନ ଆନୁଷ୍ଠାନିକ ଭାବରେ ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବା ନିଷ୍ପତ୍ତିକୁ ପ୍ରତ୍ୟାହାର କରିନେଇଛି। ଇରାନର ମିଳିତ ସାମରିକ କମାଣ୍ଡ ଘୋଷଣା କରିଛି ଯେ, ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତୈଳ ପଥରେ କଠୋର ପରିଚାଳନା ପୁନଃସ୍ଥାପନ କରାଯାଇଛି

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଇରାନୀ ବନ୍ଦର ଉପରେ ଆମେରିକାର ନୌସେନା ଅବରୋଧ ଉଠାଇବାକୁ ମନା କରିବାର ପ୍ରତିଶୋଧ ସ୍ୱରୂପ ଏହି ପଦକ୍ଷେପ ନିଆଯାଇଛି। ଇରାନ ଶନିବାର ଅବରୋଧକୁ ପ୍ରଭାବଶାଳୀ ଭାବରେ ପୁନଃ ଆରମ୍ଭ କରିଛି। ଆମେରିକା ଯୁଦ୍ଧ ବିରତି ଉଲ୍ଲଂଘନ କରୁଥିବା ଇରାନ ଅଭିଯୋଗ କରିଛି। ନୂତନ ବ୍ୟବସ୍ଥା ଅନୁଯାୟୀ, କେବଳ ଇରାନର ଆଇଆରଜିସି ନୌସେନାରୁ ଅନୁମତି ପାଇଥିବା ବାଣିଜ୍ୟିକ ଜାହାଜଗୁଡ଼ିକୁ ଆବଶ୍ୟକୀୟ ଟୋଲ୍ ଦେୟ ଦେବା ପରେ ନିର୍ଦ୍ଦିଷ୍ଟ ମାର୍ଗ ଦେଇ ଯିବାକୁ ଅନୁମତି ଦିଆଯାଇଛି।

ଇରାନର ମିଳିତ ସାମରିକ କମାଣ୍ଡ କହିଛି ଯେ, ଯେପର୍ଯ୍ୟନ୍ତ ଆମେରିକା ଇରାନ ବନ୍ଦର ଅବରୋଧ କରି ରଖିବ ସେପର୍ଯ୍ୟନ୍ତ ତେହେରାନ ହର୍ମୁଜ ପ୍ରଣାଳୀ ଦେଇ ପରିବହନକୁ ଅବରୋଧ କରିବ। ଆମେରିକା ରା‌ଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ ଯେ, ଇରାନ ହର୍ମୁଜ ପ୍ରଣାଳୀ ବନ୍ଦ କରିବାକୁ ଘୋଷଣା କରିଥିଲେ ମଧ୍ୟ ତେହେରାନ ସହିତ ପରମାଣୁ କାର୍ଯ୍ୟକ୍ରମ ସ‌ମେତ କୌଣସି ଚୁକ୍ତି ନ ହେବା ପର୍ଯ୍ୟନ୍ତ ଆମେରିକାର ଅବରୋଧ ଜାରି ରହିବ।

ହର୍ମୁଜ ପ୍ରଣାଳୀ ବନ୍ଦ ଯୋଗୁଁ ବିଶ୍ବ ଶକ୍ତି ସଙ୍କଟ ଦେଇ ଗତି କରୁଛି। ଅନ୍ୟପକ୍ଷରେ ଶନିବାର ହର୍ମୁଜ ପ୍ରଣାଳୀ ପାର୍‌ ହେବାକୁ ଚେଷ୍ଟା କରିବା ସମୟରେ ଜାହାଜ ଉପରେ ଇରାନ ପକ୍ଷରୁ ଗୁଳିଚାଳନା ହୋଇଛି। ବ୍ରିଟିଶ ସେନା ଶନିବାର କହିଛି ଯେ, ଇରାନର ରିଭୋଲ୍ୟୁସନାରୀ ଗାର୍ଡ଼ର ଦୁଇଟି ଗନ୍‌ବୋଟ୍ସ ହର୍ମୁଜ ଦେଇ ଯାଉଥିବା ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ତେବେ ଟ୍ୟାଙ୍କର ଓ ନାବିକ ଦଳ ସୁରକ୍ଷିତ ଅଛନ୍ତି। ୟୁକେ ମାରିଟାଇମ୍‌ ଟ୍ରେଡ ଅପରେସନ ସେଣ୍ଟର ଜାହାଜର ପରିଚୟ ଓ ତାହା କେଉଁଠିକୁ ଯାଉଥିଲା ସେ ସମ୍ପର୍କରେ ସୂଚନା ଦେଇନାହିଁ।

Post Views11 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!