ହାତରେ ଡମ୍ବରୁ ଧରି ବିଶ୍ବନାଥଙ୍କୁ ଦର୍ଶନ କଲେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଙ୍ଗା ଏକ୍ସପ୍ରେସ ୱେର ଉଦ୍ଘାଟନ କରିବେ । ଏହାପୂର୍ବରୁ ମୋଦିଜୀ ବାରାଣସୀର କାଶୀ ବିଶ୍ବନାଥଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି । ଏହାପରେ ହରଦୋଇୀ ମଲ୍ଲାଓ୍ବାରେ ଦେଶର ସବୁଠାରୁ ଲମ୍ବା ଏକ୍ସପ୍ରେସ ଓେ୍ବ ଗଙ୍ଗା ଏକ୍ସପ୍ରେସକୁ ଉଦଘାଟନ କରିବେ । ଉଦ୍ଘାଟନ ପରେ ସାଧାରଣ ଲୋକଙ୍କ ପାଇଁ ଏହି ରାସ୍ତାକୁ ଖୋଲିଦିଆଯିବ ।

ପ୍ରଧାନମନ୍ତ୍ରୀ ମୋଦି ବାରାଣସୀରେ କାଶୀ ବିଶ୍ବନାଥ ମନ୍ଦିରରେ ପହଞ୍ଚି ବୈଦିକ ମନ୍ତ୍ର ଉଚ୍ଚାରଣ କରି ପୂଜା କରିଥିଲେ । ପୂଜା କରିବା ସହିତ ଦେଶର ସୁଖ ଓ ସମୃଦ୍ଧି କାମନା କରିଥିଲେ । ମନ୍ଦିରରେ ମୋଦିଙ୍କ ପୂଜା ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଥିଲା । ପୂଜାରୀମାନେ ଡମରୁ ବାଦନ କରି ସ୍ବାଗତ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ବାଗତ କରିବା ପାଇଁ ପୂଜାରୀଙ୍କୁ କୃତଜ୍ଞତା ଜଣାଇଥିଲେ ।

କାଶୀ ବିଶ୍ବନାଥଙ୍କୁ ଦର୍ଶନ କରି ମନ୍ଦିର ପରିସରରେ ଥିବା ବିକ୍ରମାଦିତ୍ୟ ବୈଦିକ ଘଣ୍ଟାକୁ ଦେଖିଥିଲେ । ମନ୍ଦିରରୁ ବାହାରିବା ପରେ ପିଲାମାନଙ୍କ ସହିତ ଦେଖାହୋଇଥିଲେ ମୋଦି ।

ଆଜି ଗଙ୍ଗା ଏକ୍ସପ୍ରେସ ୱେକୁ ଉଦ୍ଘାଟନ କରାଯିବ । ଏହି ଏକ୍ସପ୍ରେସ ୱେ ଖୋଲିବା ଦ୍ବାରା ମେରଠରୁ ପ୍ରୟାଗରାଜ ପର୍ଯ୍ୟନ୍ତ ଯାତ୍ରା ସମୟ କମ୍ ହେବ । ଗଙ୍ଗା ଏକ୍ସପ୍ରେସ ୱେ ମେରଠ, ହାପୁଡ, ବୁଲନ୍ଦସହର, ଅମରୋହା, ସମ୍ଭଲ, ବଦାୟୁ, ଶାହଜାହାଁପୁର, ହରଦୋଇ, ଉନ୍ନାଓ, ରାୟବରେଲୀ, ପ୍ରତାପଗଡ ଏବଂ ପ୍ରୟାଗରାଜ ଭଳି ୧୨ଟା ଜିଲ୍ଲା ସହିତ ଯୋଡିବ

Post Views33 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!