ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ୍ (OAS) ପରୀକ୍ଷା ରେଜଲ୍ଟ। ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ୱାରା ପରିଚାଳିତ ଓସିଏସ-୨୦୨୪ପରୀକ୍ଷାର ଚୂଡ଼ାନ୍ତ ରେଜଲ୍ଟ ମଙ୍ଗଳବାର ଆନୁଷ୍ଠାନିକ ଭାବେ ଘୋଷଣା ହୋଇଛି। ଚଳିତ ବର୍ଷ ଏହି ପରୀକ୍ଷାରେ ମୋଟ୍ ୨୦୦ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି।
ପ୍ରକାଶିତ ମେଧା ତାଲିକା ଅନୁଯାୟୀ, ଚଳିତ ବର୍ଷ ବୁବୁନ ସାହୁ ପରୀକ୍ଷାରେ ଶୀର୍ଷ ସ୍ଥାନ ହାସଲ କରି ଟପ୍ପର ହୋଇଥିବା ବେଳେ ଶୋଭନା ମହାନ୍ତି ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ସେହିପରି ଜୀତମିତ୍ର ସାହୁ ତୃତୀୟ, କନକ ଜୈନ ଚତୁର୍ଥ ଏବଂ ସଂଗ୍ରାମ ପ୍ରଧାନ ପଞ୍ଚମ ସ୍ଥାନରେ ରହିଛନ୍ତି।

