ଚାକିରିରୁ ବିଦା ହେଲେ ଓଏଏସ୍‌ ପ୍ରେମିକ ଭୀମସେନ୍

ମୟୂରଭଞ୍ଜର ମେଡିକାଲ୍ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ୍ଙ୍କ ମୃତ୍ୟୁ ଘଟଣାରେ ବଡ଼ ଆକ୍ସନ୍। ଅପରାଧିକ ମାମଲାରେ ଅଟକ ପୁରଷ ବନ୍ଧୁ ଭୀମସେନ ଟୁଡୁ ଚାକିରିରୁ ବହିଷ୍କୃତ। OTAS ଅଧିକାରୀ ଭୀମସେନ ଟୁଡୁଙ୍କୁ ଚାକିରିରୁ ବହିଷ୍କୃତ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଭବିଷ୍ୟତରେ ମଧ୍ୟ ଆଉ କୌଣସି ସରକାରୀ ଚାକିରି କରିପାରିବେ ନାହିଁ ଭୀମସେନ ଟୁଡୁ।
ସୂଚନାଯୋଗ୍ୟ ଯେ, ନୂଆ କରି OTAS ପାଇଥିବା ଭୀମସେନ ଟୁଡୁ ତାଙ୍କ ଇଣ୍ଡକ୍ସନ୍ ଟ୍ରେନିଙ୍ଗ୍ ସମୟରେ ୨୦୨୬ ଜୁନ୍ ୪ ତାରିଖଠାରୁ ଅନୁପସ୍ଥିତ ଥିଲେ। ମଧୁସୂଦନ ଦାସ ରିଜିଓନାଲ୍ ଏକାଡେମୀ ଅଫ୍ ଫାଇନାନ୍ସିଆଲ୍ ମ୍ୟାନେଜମେଣ୍ଟ (MDRAFM)ରେ ତାଙ୍କ ଶେଷ ପରୀକ୍ଷାରେ ମଧ୍ୟ ଯୋଗ ଦେଇନଥିଲେ। ସେହି ସମୟରେ ସେ ଏକ ମୃତ୍ୟୁ ମାମଲାରେ ବାରଙ୍ଗ ପୁଲିସ ଦ୍ୱାରା ଗିରଫ ହୋଇଥିଲେ । ପରେ ତାଙ୍କୁ ବିଚାର ବିଭାଗୀୟ ହେପାଜତକୁ ପଠାଯାଇଛି ।ଅପରାଧିକ ମାମଲାରେ ୪୮ ଘଣ୍ଟାରୁ ଅଧିକ ସମୟଧରି ପୁଲିସ ଦ୍ୱାରା ଅଟକ ଥିବାରୁ ଆଇନ ଅନୁଯାୟୀ ପଦକ୍ଷେପ ନିଆଯାଇ ତାଙ୍କୁ ସିଧାସଳଖ ସରକାରୀ ସେବାରୁ ବରଖାସ୍ତ କରାଯାଇଛି।
ସୂଚନାଯୋଗ୍ୟ ଯେ , ଚଳିତ ମାସ ୪ ତାରିଖରେ କାଠଯୋଡ଼ି ନଦୀରୁ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତଦେହ ମିଳିଥିଲା। ହେଲେ ପ୍ରେମ ବ୍ୟାପାରକୁ ନେଇ ପୁରୁଷବନ୍ଧୁ ଭୀମସେନ ଜଣେ ଯୁବତୀଙ୍କ ସହ ମିଶି ଚନ୍ଦ୍ରିକାଙ୍କୁ ହତ୍ୟା କରିଥିବା ଚନ୍ଦ୍ରିକାଙ୍କ ପରିବାର ଲୋକ ଅଭିଯୋଗ କରିଥିଲେ । ପରିବାର ଲୋକେ ଅଭିଯୋଗ କରିଥିଲେ, ଚନ୍ଦ୍ରିକାଙ୍କ ସହ ଦୀର୍ଘ ଦିନର ପ୍ରେମ ସମ୍ପର୍କ ଭିତରେ ଦ୍ୱିତୀୟ ଯୁବତୀ ଆସିବା ପରେ ଓଏଏସ୍ ତାଲିମ ନେଉଥିବା ପୁରୁଷବନ୍ଧୁ ଭୀମସେନ ମାନସିକ ନିର୍ଯାତନା ଦେଇ ଚନ୍ଦ୍ରିକାଙ୍କୁ ଚାପରେ ରଖିବା ଆରମ୍ଭ କରିଥିଲେ । ତେବେ ପୁଲିସ ମାମଲାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଥିଲା। ଅଭିଯୁକ୍ତ ପୁରୁଷ ବନ୍ଧୁ ଭୀମସେନ୍‌ ଟୁଡୁକୁ ଗିରଫ କରିବା ପରେ ବିଚାର ବିଭାଗୀୟ ହେପାଜତକୁ ପଠାଯାଇଛି ।

Post Views28 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!