ବ୍ୟାଙ୍କକ୍ ରେ ଓଡିଶା ପର୍ଯ୍ୟଟନ ଆନ୍ତର୍ଜାତୀୟ ସମ୍ମିଳନୀ

ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଥାଇଲାଣ୍ଡର ବ୍ୟାଙ୍କକ୍‌ଠାରେ ଅନ୍ତର୍ଜାତୀୟ ପର୍ଯ୍ୟଟନ ପ୍ରମୋସନ୍ କାମ୍ପେନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚାମ୍ପର୍ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିର ସହଭାଗିତାରେ ଏକ ପର୍ଯ୍ୟଟନ ରୋଡ୍ ସୋ ମଧ୍ୟ ହୋଇଛି। ଏଥ‌ିରେ ୧୩୦ ଜଣ ଟୁର୍ ଓ ଟ୍ରାଭେଲ ଅପରେଟରମାନେ ସାମିଲ ହୋଇଥିଲେ ।

ଏହି ଅବସରରେ ଓଡ଼ିଶା ପର୍ଯ୍ୟଟନ ସମ୍ପର୍କରେ ଅନ୍ତର୍ଜାତୀୟ ସମ୍ମିଳନୀରେ ଅବଗତ କରି ରାଜ୍ୟ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ କହିଥିଲେ ଯେ ଓଡ଼ିଶାର ଇତିହାସ ଓ ଐତିହ୍ୟ ସାରା ଦେଶରେ ସ୍ଵତନ୍ତ୍ର ।

ପ୍ରାଚୀନ ଓଡ଼ିଶାର କୀର୍ତ୍ତିରାଜିର ସୌନ୍ଦର୍ଯ୍ୟତାକୁ ବିଶ୍ବସ୍ତରୀୟ ପର୍ଯ୍ୟଟକମାନେ ଦେଖୁବାର ଆବଶ୍ୟକତା ରହିଛି । ସେହିଭଳି ପ୍ରାଚୀନ ଓଡ଼ିଶା ଓ ଥାଇଲାଣ୍ଡ ମଧ୍ୟରେ ବହୁ ପୂର୍ବରୁ ସମୁଦ୍ରପଥରେ ଯୋଗାଯୋଗ ରହିଥିଲା । ଭୁବନେଶ୍ବର ସିଧାସଳଖ ଭାବେ ବିମାନ ସେବା ଯୋଗେ ଥାଇଲାଣ୍ଡ ସହ ଯୋଡ଼ି ହେବା ପରେ ଓଡ଼ିଶା ଓ ଥାଇଲାଣ୍ଡ ମଧ୍ୟରେ ପର୍ଯ୍ୟଟନ ଦକ୍ଷତା ବଢ଼ିଛି। ଫଳରେ ପର୍ଯ୍ୟଟନ କ୍ଷେତ୍ର ଅଧିକ ସଶକ୍ତ ହେଉଥ‌ିବା ବେଳେ ଦୁଇ ଦେଶ ମଧ୍ୟରେ ଆର୍ଥନୈତିକ ପ୍ରଗତି ଦେଖିବାକୁ ମିଳୁଛି ।

ଥାଇଲାଣ୍ଡରେ ଥ‌ିବା ଭାରତୀୟ ରାଷ୍ଟ୍ରଦୂତ ନଗେଶ ସିଂ କହିଛନ୍ତି ଯେ ଥାଇଲାଣ୍ଡର ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ ଓଡ଼ିଶା ସରକାର ଅନେକ ନୂଆନୀତି ଆଣିବା ସହ ପଦକ୍ଷେପମାନ ନେଇଛନ୍ତି | ତେବେ ଏଭଳି ରୋଡ୍ ସୋ କାର୍ଯ୍ୟକ୍ରମ ଓଡ଼ିଶା ଓ ଥାଇଲାଣ୍ଡ ମଧ୍ୟରେ ପର୍ଯ୍ୟଟନ, ଅର୍ଥନୈତିକ ଓ ସାଂସ୍କୃତିକ ଏକତାକୁ ପ୍ରୋତ୍ସାହିତ କରିବ | ସେହିଭଳି ଓଡ଼ିଶାର ପରିବେଶ ଅର୍ଥନୀତିକୁ ଉପଭୋଗ କରିବାର ସୁଯୋଗ ଆମେ କେହି ହାତଛଡ଼ା କରିବା ଉଚିତ୍ ନୁହେଁ । ପ୍ରାକୃତିକ ପରିବେଶ ମଧ୍ୟରେ ପର୍ଯ୍ୟଟନର ମଜା ନେବା ପାଇଁ ଓଡ଼ିଶା ଦେଶର ଏକ ଅଗ୍ରୀଣ ପର୍ଯ୍ୟଟନସ୍ଥଳ ବୋଲି ସେ କହିଥିଲେ।

ଏହାପରେ ଥାଇଲାଣ୍ଡ ଟୁରିଜିମ୍ କାଉନସିଲ୍‌ର ଉପାଧ୍ୟକ୍ଷ ସୋମଙ୍ଗ୍ ସପି ମୁଖ୍ ଇଣ୍ଡିଗୋ ଏୟାରଲାଇନ୍ସର ପ୍ରପାପୋର୍ଟ କୁନ୍‌ମୁନୱେ ପ୍ରମୁଖ ଥାଇଲାଣ୍ଡ ଓ ଓଡ଼ିଶା ମଧ୍ୟରେ ଥିବା ବ୍ୟାବସାୟିକ ସମ୍ଭାବନା ସମ୍ପର୍କରେ ଆଲୋଚନା କରିଥିଲେ। ସେହିପରି ଓଡ଼ିଶା ଐତିହ୍ୟସ୍ଥଳ, ବିଳାସପୂର୍ଣ୍ଣ କୁଜ୍ ଓ ହାଉସ ବୋଟ୍ ସମ୍ପର୍କରେ ମଧ୍ଯ ଥାଇଲାଣ୍ଡର ପର୍ଯ୍ୟଟନ ଅଧିକାରୀ ଓ ଟୁର୍ ଅପରେଟର୍‌ମାନଙ୍କୁ ଅବଗତ କରାଯାଇଥିଲା। କାର୍ଯ୍ୟକ୍ରମରେ ଯୋଗଦେଇ ଓଏସ୍‌ଡି ଅଂଶୁମାନ ରଥ କହିଥିଲେ ଯେ ଓଡ଼ିଶାର ପର୍ଯ୍ୟଟନ ଏବେ ବିଶ୍ଵ ନଜରକୁ ଆସୁଛି। ଆମ ପାଖରେ ଥିବା ସ୍ଵତନ୍ତ୍ରତା ଆମର ପରିଚୟ ପାଲଟି ପାରିଛି |

ସବୁ ଶ୍ରେଣୀ ପର୍ଯ୍ୟଟକଙ୍କୁ ଓଡ଼ିଶାକୁ ଆକୃଷ୍ଟ କରିବା ପାଇଁ କୁଜ୍, ହୋମ୍ ଷ୍ଟେ, କାରଭାନ ଭଳି ପର୍ଯ୍ୟଟନକୁ ବିକାଶ କରାଯାଇଛି। ଏହି ଅବସରରେ ଓଡ଼ିଶା ପର୍ଯ୍ୟଟନ ବିଭାଗର ବହୁ ପ୍ରମୁଖ ଅଂଶୀଦାରମାନେ ମଧ୍ୟ ସାମିଲ ଥିଲେ।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!