ଦିଲ୍ଲୀ ଏମ୍ସରେ ପୁଣି ଏକ ସଫଳ ଅପରେସନ୍ ।ଅଲଗା ହେଲେ ଜାଆଁଳା ଶିଶୁ ।ଡାକ୍ତରୀ ଟିମ୍ ପ୍ରାୟ ୧୨ ଘଣ୍ଟା ଧରି ଅପରେସନ୍ କରି ସେମାନଙ୍କ ଯୋଡ଼ା ଦେହକୁ ଅଲଗା କରିଛନ୍ତି । ଶିଶୁକନ୍ୟା ୨ ଜଣ ଗତ ବର୍ଷ ଜୁଲାଇ ୭ ତାରିଖରେ ଜନ୍ମ ହୋଇଥିଲେ । ଉତ୍ତର ପ୍ରଦେଶ ବରେଲିର ଅଙ୍କୁର ଗୁପ୍ତାଙ୍କ ପତ୍ନୀ ରିଙ୍କୁ ଗୁପ୍ତା ଏହି ଯାଆଁଳା ଶିଶୁଙ୍କୁ ଜନ୍ମ ଦେଇଛନ୍ତି। ଅପରେସନ ପାଇଁ ୧୨ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା । ଯୋଡ଼ା ଶରୀର ଅଲଗା କରିବା ପାଇଁ ହୋଇଥିବା ଅପରେସନ୍ରେ ୫ ଜଣ ସିନିୟର ଡାକ୍ତର, ୬ ଜଣ ରେସିଡେଣ୍ଟ ଡାକ୍ତର, ୬ ଜଣ ଆନାସ୍ଥେସିଆ ବିଶେଷଜ୍ଞ, ୧୨ ଜଣ ନର୍ସିଂ ଷ୍ଟାଫ୍, ୨ ଜଣ ଓଟି ଟେକନିସିଆନ୍ ଏହିପରି ମୋଟ ୩୧ ଜଣିଆ ଟିମ୍ ଲାଗିଥିଲା ।ଏହି ଶିଶୁ ଦୁଇ ଜଣଙ୍କର ଛାତି ଯୋଡ଼ି ହୋଇ ରହିଥିବା ବେଳେ ଏମାନଙ୍କର ଗୋଟିଏ ଲିଭର ଥିଲା ।

