୨୦୨୭ ମସିହାରେ ହେବାକୁ ଥିବା ଜନଗଣନା ପାଇଁ ଏକ ଗେଜେଟ୍ ବିଜ୍ଞପ୍ତି ଜାରି କରିଛନ୍ତି

କେନ୍ଦ୍ର ସରକାର ଦେଶରେ ୨୦୨୭ ମସିହାରେ ହେବାକୁ ଥିବା ଜନଗଣନା ପାଇଁ ଏକ ଗେଜେଟ୍ ବିଜ୍ଞପ୍ତି ଜାରି କରିଛନ୍ତି । ଏହା ଘୋଷଣା କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ୨୦୨୭ ମସିହାରେ ଜନଗଣନା କରାଯିବ ଏବଂ ଏହା ୨ଟି ପର୍ଯ୍ୟାୟରେ କରାଯିବ। ଏଥିପାଇଁ ପ୍ରତ୍ୟେକ ସ୍ତରର ଲୋକଙ୍କଠାରୁ ସୂଚନା ନିଆଯିବ। ଏହା ମୋବାଇଲ୍ ଆପ୍ଲିକେସନ୍ ବ୍ୟବହାର କରି ଡିଜିଟାଲ୍ ମାଧ୍ୟମରେ କରାଯିବ।

ଘର ଘର ବୁଲି ଜନଗଣନା କରିବା ପାଇଁ ୩୪ ଲକ୍ଷ ସର୍ଭେୟର ଏବଂ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରାଯିବ । ଏହା ବ୍ୟତିତ ୧. ୩ ଲକ୍ଷ ଜନଗଣା ଅଧିକାରୀଙ୍କୁ ନିୟୋଜିତ କରାଯିବ । ଏହି ସବୁ ଅଧିକାରୀ ଜନଗଣନାର ସମ୍ପୂର୍ଣ୍ଣ ତଥ୍ୟ ପ୍ରସ୍ତୁତ କରିବେ । ଏହି ଜନଗଣନାରେ ଜାତି ମଧ୍ୟ ପଚରାଯିବ । ଏହା ଡିଜିଟାଲ ମାଧ୍ୟମରେ କରାଯିବ । ଏଥିପାଇଁ ମୋବାଇଲ ଆପ୍ଲିକେସନ ବ୍ୟବହାର କରି ଡିଜିଟାଲ ମାଧ୍ୟମରେ କରାଯିବ ।

ଏ ନେଇ ମନ୍ତ୍ରଣାଳୟ କହିଛି ଯେ, ଦୁଇଟି ପର୍ଯ୍ୟାୟରେ ହେବାକୁ ଥିବା ଜନଗଣନାରେ ପ୍ରଥମ ପର୍ଯ୍ୟାୟରେ ଘର ତାଲିକାକରଣ ଏବଂ ଘର ଗଣନା କରାଯିବ । ଏଥିରେ ପ୍ରତ୍ୟକ ପରିବାରର ଆବାସିକ ସ୍ଥିତି, ସମ୍ପତ୍ତି ଏବଂ ସୁବଧା ସମ୍ପର୍କରେ ସୂଚନା ସଂଗ୍ରହ କରାଯିବ ।

ଏହା ପରେ ଦ୍ବିତୀୟ ପର୍ଯ୍ୟାୟରେ ପ୍ରତ୍ୟେକ ଘରେ ରହୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ଜନସଂଖ୍ୟାଗତ, ସାମାଜିକ , ଅର୍ଥନୈତିକ , ସାଂସ୍କୃତିକ ଏବଂ ଅନ୍ୟାନ୍ୟ ସୂଚନା ସଂଗ୍ରହ କରାଯିବ ।

ଏଥିରେ ଜାତି ଜନଗଣନା ମଧ୍ୟ କରାଯିବ, ଏହା ଦେଶର ୧୬ ତମ ଜନଗଣନା ଏବଂ ଦେଶ ସ୍ବଧୀନତା ପାଇବା ପରେ ୮ ତମ ଜନଗଣନା ହେବ । ଏଥିରେ ସମସ୍ତ ତଥ୍ୟର ଗୋପନୀୟତା ଏବଂ ସୁରକ୍ଷା ପାଇଁ ବ୍ୟବସ୍ଥା କରାଯିବ । ଏହି ତଥ୍ୟ କୌଣସି ସ୍ଥରରେ ଯେପରି ଲିକ ନ ହେବ ସେ ନେଇ କଡ଼ା ପଦକ୍ଷେପ ନିଆଯିବ ।

Post Views11 Total Count

Apply Now


This will close in 0 seconds

error: Content is protected !!