ରିଟର୍ଣ୍ଣିଂ ଅଫିସରଙ୍କ ନାମ ଘୋଷଣା କରାଯାଇଛି

ବିଜୁ ଜନତା ଦଳର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଆଗକୁ ବଢ଼ିଛି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରଟର୍ଣ୍ଣିଂ ଅଫିସରଙ୍କ ନାମ ଘୋଷଣା କରାଯାଇଛି। ରାଜ୍ୟ ରିଟର୍ଣ୍ଣିଂ ଅଫିସର ପ୍ରତାପ କେଶରୀ ଦେବଙ୍କ ଦସ୍ତଖତରେ ଏହି ତାଲିକା ଜାରି କରାଯାଇଛି। ବିଜେଡିର ସଦସ୍ୟ ସଂଗ୍ରହ ଅଭିଯାନ ଶେଷ ହେବା ପରେ ଦଳର ସାଂଗଠନିକ ନିର୍ବାଚନ ଅନୁଷ୍ଠିତ ହେବ ବୋଲି କୁହାଯାଇଥିଲା। ସେହି ଅନୁସାରେ ନିର୍ବାଚନ ପ୍ରକ୍ରିୟା ପାଇଁ ପଦକ୍ଷେପ ନିଆଯାଉଛି।

ସାଂଗଠନିକ ନିର୍ବାଚନର ପ୍ରଥମ ପଦେକ୍ଷପ ସ୍ୱରୂପ ଜାନୁଆରୀ ୨୦ରେ ଦଳର ସଭାପତିଙ୍କ ନିର୍ଦ୍ଦେଶକ୍ରମେ ପ୍ରତାପ କେଶରୀ ଦେବଙ୍କୁ ରାଜ୍ୟ ରିଟର୍ଣ୍ଣିଂ ଅଫିସର ନିଯୁକ୍ତ ହୋଇଛନ୍ତି। ଏହା ପରେ ସେ ଜିଲ୍ଲା ରିଟର୍ଣ୍ଣିଂ ଅଫିସର ନିଯୁକ୍ତ କରାଯିବାର ଥିଲା। ଏହା ପରେ ପର୍ଯ୍ୟାୟକ୍ରମେ ପଞ୍ଚାୟତ, ବ୍ଲକ୍‌, ଜିଲ୍ଲା ଓ ରାଜ୍ୟ ପରିଷଦ ପାଇଁ ସାଂଗଠନିକ ପଦ ପାଇଁ ନିର୍ବାଚନ ହେବ। ସର୍ବଶେଷରେ ରାଜ୍ୟ ପରିଷଦ ଏବଂ ରାଜ୍ୟ ସଭାପତି ପଦବୀ ପାଇଁ ନିର୍ବାଚନ ହେବ। ସଭାପତିଙ୍କ ନିର୍ଦ୍ଦେଶ ଅନୁସାରେ ନିର୍ବାଚନ ତାରିଖ ଘୋଷଣା କରାଯିବ ବୋଲି ଜଣାପଡିଛି। ସୂଚନାଯୋଗ୍ୟ ଯେ ଗତ ନିର୍ବାଚନ ପରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଜୁଲାଇ ମାସରେ ସଂଗଠନ ପୁନର୍ଗଠନ ପାଇଁ ନିର୍ଦ୍ଦେଶନାମା ଜାରି କରିଥିଲେ।

Post Views42 Total Count

Apply Now


This will close in 0 seconds

error: Content is protected !!