ସକାଳୁ ସକାଳୁ ବର୍ଷାରେ ଭିଜିଲା ଟ୍ୱିନ୍ ସିଟି

ସକାଳୁ ସକାଳୁ ବର୍ଷାରେ ଭିଜିଲା ଟ୍ୱିନ୍ ସିଟି । କଟକ ଓ ଭୁବନେଶ୍ୱରରେ ତୁହାକୁ ତୁହା ବର୍ଷା ହେବାରୁ ରାଜଧାନୀ ଓ ରୌପ୍ୟନଗରୀର ପାଗ ସମ୍ପୂର୍ଣ୍ଣ ବଦଳିଯାଇଛି ।

ଗତ କିଛିଦିନ ଧରି ଅସହ୍ୟ ଗରମ ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହେଉଥିବା ଲୋକଙ୍କୁ ଆଜିର ବର୍ଷା ବଡ଼ ଆଶ୍ୱସ୍ତି ଦେଇଛି । ସକାଳୁ ଆକାଶ ଘନ କଳା ବାଦଲରେ ଢାଙ୍କି ହୋଇଯିବା ପରେ ଆରମ୍ଭ ହୋଇଥିଲା ବର୍ଷା।

କିଛି ସମୟ ଧରି ଲଗାତାର ବର୍ଷା ହେବାରୁ ବିଭିନ୍ନ ଅଞ୍ଚଳର ରାସ୍ତାଘାଟ ଭିଜିଯାଇଥିଲା । ସକାଳ ଅଫିସ୍ ଓ ସ୍କୁଲ ସମୟ ଥିବାରୁ ଯାତାୟାତ ମଧ୍ୟ କିଛି ସମୟ ପାଇଁ ପ୍ରଭାବିତ ହୋଇଥିଲା ।

Post Views80 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!