ଗାଜିଆବାଦ-ନୂଆଦିଲ୍ଲୀ ରେଲୱେ ଟ୍ରାକରେ ବଡ଼ ଦୁର୍ଘଟଣା

ଗାଜିଆବାଦ-ନୂଆଦିଲ୍ଲୀ ରେଲୱେ ଟ୍ରାକରେ ଏକ ବଡ଼ ଦୁର୍ଘଟଣା ଅଳ୍ପକେ ଟଳିଯାଇଛି । ଏକ ମାଲବାହୀ ଟ୍ରେନର ୬ଟି ୱାଗନ୍ ଲାଇନଚ୍ୟୁତ ହୋଇଯାଇଥିଲା । ଫଳରେ ଏହି ବ୍ୟସ୍ତବହୁଳ ରୁଟରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି । ସୌଭାଗ୍ୟବଶତଃ ଏହି ଘଟଣାରେ କୌଣସି ମୃତାହତ କିମ୍ବା ଆହତ ହୋଇଥିବାର ସୂଚନା ନାହିଁ ।

ଏହି ଘଟଣା ମଙ୍ଗଳବାର ଭୋର ପ୍ରାୟ ୧ଟା ୫୫ମିନିଟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ, DRM, ADRM, ଏବଂ ଅନ୍ୟାନ୍ୟ ବରିଷ୍ଠ ରେଳ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ରେଳବାଇ ଦଳଗୁଡ଼ିକ ଯଥାଶୀଘ୍ର ଟ୍ରାକ ମରାମତି ଏବଂ ସ୍ୱାଭାବିକ ଯାତାୟାତ ପୁନଃସ୍ଥାପିତ କରିବା ପାଇଁ କାର୍ଯ୍ୟ କରୁଛନ୍ତି । ଏହି ଦୁର୍ଘଟଣା ରେଳ ଚଳାଚଳକୁ ମଧ୍ୟ ପ୍ରଭାବିତ କରିଛି ।

ସୂଚନାନୁଯାୟୀ, ଏହି ଅଘଟଣ ଗାଜିଆବାଦ-ନୂଆଦିଲ୍ଲୀ ରେଳ ଲାଇନରେ ହୋଇଥିଲା । ଏଥିରେ ମୋଟ୍ ୫୩ଟି ଟ୍ରେନ୍ ପ୍ରଭାବିତ ହୋଇଛି । ଦିଲ୍ଲୀ -ନୂଆଦିଲ୍ଲୀ ମଧ୍ୟରେ ୨୪ଟି ଟ୍ରେନ୍ ବିକଳ୍ପ ରୁଟ୍ ଦେଇ ଯାତ୍ରା କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ଏଥିସହିତ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୧୬ଟି ଯାତ୍ରବାହୀ ଟ୍ରେନକୁ ସମ୍ପୂର୍ଣ୍ଣ ରୂପେ ବାତିଲ କରାଯାଇଛି ।

Post Views65 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!