ରାଜ୍ୟର ବିଭିନ୍ନ ପ୍ରାନ୍ତରେ ହୋଇଥିବା ବନ୍ୟା କ୍ଷୟକ୍ଷତିର ଭରଣା ପାଇଁ ଓଡ଼ିଶା ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି ।
ବନ୍ୟା ପ୍ରଭାବିତ ୨୨ଟି ଜିଲ୍ଲା ପାଇଁ ମୋଟ ୧୧୦ କୋଟି ଟଙ୍କାର ସହାୟତା ରାଶି ମଞ୍ଜୁର କରାଯାଇଛି । ଏହି ସହାୟତା ରାଶି ସିଧାସଳଖ ହିତାଧିକାରୀଙ୍କ ପାଖକୁ ଡିବିଟି (DBT) ମାଧ୍ୟମରେ ପହଞ୍ଚାଯିବ।
ବିଶେଷ କରି ବାଲେଶ୍ୱର, ଭଦ୍ରକ ଏବଂ ଯାଜପୁର ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାରୁ ଏହି ତିନି ଜିଲ୍ଲାକୁ ସର୍ବାଧିକ ଅର୍ଥ ପ୍ରଦାନ କରାଯାଇଛି।
ବାଲେଶ୍ୱର ଜିଲ୍ଲା ପାଇଁ ୨୨.୦୩ କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ଯାଜପୁରକୁ ୨୦.୨୦ କୋଟି ଏବଂ ଭଦ୍ରକକୁ ୨୦.୧୨ କୋଟି ଟଙ୍କା ପ୍ରଦାନ କରାଯାଇଛି ।

