ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଜଗତସିଂହପୁର ଜିଲ୍ଲା ଆସିଷ୍ଟାଣ୍ଟ ଡ୍ରଗ୍ସ କଂଟ୍ରୋଲର । ଜଣେ ବ୍ୟବସାୟୀଙ୍କ ଠାରୁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଆସିଷ୍ଟାଣ୍ଟ ଡ୍ରଗ୍ସ କଣ୍ଟ୍ରୋଲର ସଞ୍ଜୟ କୁମାର ହାନ୍ସଦା ଭିଜିଲାନ୍ସ ହାତରେ ଗିରଫ ହୋଇଛନ୍ତି ।
ଜଇପୁର ଛକରୁ ଜନୈକ ବ୍ୟବସାୟୀଙ୍କ ଠାରୁ ମେଡ଼ିସିନ ହୋଲସେଲିଂ ଲାଇସେନ୍ସ କରାଇ ଦେବାକୁ ୬ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ।କଟକ ଓ ଜଗତସିଂହପୁର ଭିଜିଲାନ୍ସ ଟିମ ମିଳିତ ଚଢ଼ାଉ କରି ସଂଜୟଙ୍କୁ ମାଡି ବସିଥିଲେ । ସଞ୍ଜୟଙ୍କ ଠାରୁ ୬ ହଜାର ଟଙ୍କା ଜବତ କରିଥିଲେ। ସଞ୍ଜୟ ହଂସଦା ବର୍ତ୍ତମାନ ଯାଜପୁର ଜିଲ୍ଲାର ଆସିଷ୍ଟାଣ୍ଟ ଡ୍ରଗ କଂଟ୍ରୋଲର ଭାବେ କାର୍ଯ୍ୟରତ ଥିବା ବେଳେ ଜଗତସିଂହପୁର ଜିଲ୍ଲାର ଅତିରିକ୍ତ ଦାୟିତ୍ୱରେ ରହିଛନ୍ତି । ଭିଜିଲାନ୍ସ ବିଭାଗ ସଞ୍ଜୟଙ୍କୁ ଗିରଫ କରି ତାଙ୍କ ଅଫିସରେ ରହିଥିବା କାଗଜ ପତ୍ର ଯାଞ୍ଚ କରୁଛି । ପ୍ରାଥମିକ ତଦନ୍ତ ବେଳେ ୧ ଲକ୍ଷ ୫୨ ହଜାର ଟଙ୍କା ଅଭିଯୁକ୍ତ ହାଁସଦା ଙ୍କ ଠାରୁ ଜବତ ହୋଇଛି।
ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଆସିଷ୍ଟାଣ୍ଟ ଡ୍ରଗ୍ସ କଣ୍ଟ୍ରୋଲର

