ଯୋଗ୍ୟତା ନଥିଲେ ସ୍କୁଲ-କଲେଜରେ ଶିକ୍ଷକ ନିଯୁକ୍ତି ନାହିଁ

ଯୋଗ୍ୟତା ନଥିଲେ ସ୍କୁଲ-କଲେଜରେ ଶିକ୍ଷକ ନିଯୁକ୍ତି ନାହିଁ । RTE, NCTE ଓ UGC ନିୟମରେ ଧାର୍ଯ୍ୟ ଯୋଗ୍ୟତା ବାଧ୍ୟତାମୂଳକ । ସ୍କୁଲ ଓ କଲେଜରେ ଶିକ୍ଷକ ନିଯୁକ୍ତିକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଅନ୍ତରୀଣ ଆଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

ପ୍ରଚଳିତ ଆଇନ ଅନୁସାରେ ନିର୍ଦ୍ଧାରିତ ଆବଶ୍ୟକ ଯୋଗ୍ୟତା ନଥିଲେ କୌଣସି ଶିକ୍ଷକଙ୍କୁ ସ୍କୁଲ କିମ୍ବା କଲେଜରେ ନିଯୁକ୍ତ କରାଯିବ ନାହିଁ କିମ୍ବା ଚାକିରିରେ ଜାରି ରଖାଯିବ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି ।

ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ଓ ଜଷ୍ଟିସ୍ ଭି. ମୋହନାଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି । ଶିକ୍ଷା ଅଧିକାର ଆଇନ୍, National Council for Teacher Education (NCTE) Act ଏବଂ University Grants Commission (UGC) Act ଅଧୀନରେ ଯେଉଁ ଯୋଗ୍ୟତା ନିର୍ଦ୍ଧାରିତ ହୋଇଛି, ତାହା ପୂରଣ କରିବା ଆବଶ୍ୟକ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ।

ଏକ ଜନସ୍ୱାର୍ଥ ମାମଲାର ଶୁଣାଣି ସମୟରେ ଏହି ଅନ୍ତରୀଣ ଆଦେଶ ଆସିଛି ।

Post Views24 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!