୧୯ରେ ଲଘୁଚାପ, ବାତ୍ୟା ସମ୍ଭାବନା !

ଓଡ଼ିଶାକୁ ମାଡ଼ ହୋଇପାରେ ବାତ୍ୟା। ମାତ୍ର ଚିତ୍ର ଏଯାଏଁ ଅସ୍ପଷ୍ଟ ରହିଛି ବୋଲି ଆକଳନ କରିଛନ୍ତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ । ସେ ଦର୍ଶାଇଛନ୍ତି, ସଦ୍ୟ ସାଟେଲାଇଟ୍ ଚିତ୍ରରେ ଉତ୍ତର ଆଣ୍ଡାମାନ ସାଗର ଓ ନିକଟବର୍ତ୍ତୀ ଅଞ୍ଚଳରେ ବାଦଲ ଅଧିକ ଘନୀଭୂତ ହେଉଥିବା ଦେଖାଯାଉଛି । ଏହା ଉପର ବାୟୁମଣ୍ଡଳର ଘୂର୍ଣ୍ଣିବଳୟ (Cyclonic Circulation) ଏହି ଅଞ୍ଚଳକୁ ଆସୁଥିବାର ସଙ୍କେତ ଦେଉଛି । ୧୯ ସେପ୍ଟେମ୍ବର ବେଳକୁ ଏକ ଲଘୁଚାପ ସୃଷ୍ଟି ହୋଇ ପରେ ଆହୁରି ଘନୀଭୂତ ହୋଇପାରେ ।
ବିଶ୍ୱ ଓ ଭାରତୀୟ ପାଣିପାଗ ମଡେଲ୍‌ର ଆକଳନ ଅନୁସାରେ, ଲଘୁଚାପ ସୃଷ୍ଟି ହେବା ପରେ ଏହା ଧୀରେ ଧୀରେ ଶକ୍ତିଶାଳୀ ହୋଇପାରେ । ଅବପାତ (Depression) ହେବାର ସମ୍ଭାବନା ବଢ଼ୁଛି ଏବଂ ପରେ ଗଭୀର ଅବପାତ (Deep Depression) ହେବାର ମଧ୍ୟ ସମ୍ଭାବନା ରହିଛି । ଆହୁରି ଶକ୍ତିଶାଳୀ ହୋଇ ବାତ୍ୟା (Cyclonic Storm) ହେବାର ସମ୍ଭାବନାକୁ ଏବେ ବାଦ୍ ଦିଆଯାଇପାରୁ ନାହିଁ । କିନ୍ତୁ ଏଥିରେ ସମସ୍ତ ମଡେଲ୍‌ ଏପର୍ଯ୍ୟନ୍ତ ଏକମତ ହୋଇନାହାନ୍ତି ।
ପ୍ରଫେସର ପଶୁପାଳକଙ୍କ ଅନୁଧ୍ୟାନ କହୁଛି, ସଦ୍ୟ ECMWF/EPS ଓ GFS/GEFS ଆକଳନରେ ପୂର୍ବ ତୁଳନାରେ ଗତିପଥ କିଛି ଅଧିକ ଉତ୍ତର ଆଡ଼କୁ ଯାଉଥିବା ସଙ୍କେତ ମିଳୁଛି । ଫଳରେ ଓଡ଼ିଶା–ପଶ୍ଚିମବଙ୍ଗ ଉପକୂଳ ଉପରେ ନଜର ବଢ଼ିଛି । ବିଭିନ୍ନ ମଡେଲ୍‌ର ଆକଳନ ମଧ୍ୟରେ ପାର୍ଥକ୍ୟ କମୁଛି, କିନ୍ତୁ କେଉଁ ସ୍ଥାନରେ ଉପକୂଳ ଅତିକ୍ରମ କରିବ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ । ଏହା ଗଭୀର ଅବପାତରେ ସୀମିତ ରହିବ କି ବାତ୍ୟାର ରୂପ ନେବ, ସେଥିରେ ମଧ୍ୟ ଅନିଶ୍ଚିତତା ରହିଛି ।

୨୨ ସେପ୍ଟେମ୍ବରଠାରୁ ଓଡ଼ିଶାରେ ବର୍ଷା ବଢ଼ିପାରେ । ୨୩-୨୫ ସେପ୍ଟେମ୍ବର ମୁଖ୍ୟ ବର୍ଷା ସମୟ ହୋଇପାରେ । ଗତିପଥ ଉତ୍ତର ଆଡ଼କୁ ରହିଲେ ଉପକୂଳ, ଉତ୍ତର ଉପକୂଳ ଓ ଏହାକୁ ଲାଗିଥିବା ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ଅଧିକ ବର୍ଷାର ସମ୍ଭାବନା ବଢ଼ିବ । ଗତି ଧୀର ହେଲେ ୨୫-୨୬ ସେପ୍ଟେମ୍ବର ପର୍ଯ୍ୟନ୍ତ ମଧ୍ୟ ପ୍ରଭାବ ରହିପାରେ । କେଉଁ ଜିଲ୍ଲାରେ କେତେ ବର୍ଷା ହେବ, ତାହା ଶେଷ ଗତିପଥ ଉପରେ ନିର୍ଭର କରିବ । ଗତିପଥ ଅଧିକ ଉତ୍ତର ଆଡ଼କୁ ଯିବାର ସଙ୍କେତ ବଢ଼ିଛି ଏବଂ ମଡେଲ୍‌ଗୁଡ଼ିକ ମଧ୍ୟରେ ପାର୍ଥକ୍ୟ କମୁଛି । କିନ୍ତୁ ଉପକୂଳ ଅତିକ୍ରମ ସ୍ଥାନ ଓ ଶେଷ ତୀବ୍ରତା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ ।

Post Views11 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!