୨,୦୦୦ରୁ ଅଧିକ ବିଲ୍ ହେଲେ UPI ନେବେନି ଡିଲର

ପେଟ୍ରୋଲ୍ ପମ୍ପରେ UPI ପେମେଣ୍ଟ କରୁଥିବା ଗ୍ରାହକଙ୍କ ପାଇଁ ଆସିଲା ଚିନ୍ତାଜନକ ଖବର। ମଧ୍ୟପ୍ରଦେଶରେ ୨,୦୦୦ ଟଙ୍କାରୁ ଅଧିକ ଇନ୍ଧନ ବିଲ୍ ହେଲେ UPI ପେମେଣ୍ଟ ଗ୍ରହଣ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି ପେଟ୍ରୋଲ୍ ପମ୍ପ ଡିଲରମାନେ । MDR ଚାର୍ଜକୁ ନେଇ ଡିଲରମାନେ ଏହି ପଦକ୍ଷେପ ନେଇଥିବା କହିଛନ୍ତି। ତେବେ କେବେଠାରୁ ଲାଗୁ ହେବ ଏହି ନିୟମ ଏବଂ ଗ୍ରାହକଙ୍କ ପାଖରେ କ’ଣ ରହିବ ବିକଳ୍ପ ? ମଧ୍ୟପ୍ରଦେଶର ପେଟ୍ରୋଲ୍ ପମ୍ପରେ ବଦଳିବାକୁ ଯାଉଛି ପେମେଣ୍ଟ ବ୍ୟବସ୍ଥା।

ଆସନ୍ତା ୧୬ ଅକ୍ଟୋବରରୁ ୨,୦୦୦ ଟଙ୍କାରୁ ଅଧିକ ଇନ୍ଧନ ବିଲ୍ ପାଇଁ UPI ପେମେଣ୍ଟ ଗ୍ରହଣ ନକରିବାକୁ ଘୋଷଣା କରିଛି ମଧ୍ୟପ୍ରଦେଶ ପେଟ୍ରୋଲିୟମ୍ ଡିଲର୍ସ ଆସୋସିଏସନ୍ । ଏହି ନିଷ୍ପତ୍ତି ରାଜ୍ୟର ପ୍ରାୟ ୪,୭୦୦ ପେଟ୍ରୋଲ୍ ପମ୍ପକୁ ପ୍ରଭାବିତ କରିପାରେ ବୋଲି କୁହାଯାଉଛି । ଡିଲରମାନଙ୍କ କହିବା ଅନୁସାରେ, ୨,୦୦୦ ଟଙ୍କାରୁ ଅଧିକ UPI ମର୍ଚ୍ଚାଣ୍ଟ ଟ୍ରାଞ୍ଜାକ୍ସନରେ ନୂଆ ‘Merchant Discount Rate ବା MDR’ ଲାଗୁ ହେବାକୁ ଯାଉଛି। ଏହି ଅତିରିକ୍ତ ଖର୍ଚ୍ଚ ଇନ୍ଧନ ବ୍ୟବସାୟର କମ୍ ମାର୍ଜିନ୍ ଉପରେ ପ୍ରଭାବ ପକାଇବ ବୋଲି ଡିଲର୍ମାନେ ଯୁକ୍ତି ଦେଇଛନ୍ତି।

ନୂଆ MDR ବ୍ୟବସ୍ଥା ଅନୁସାରେ, ୨,୦୦୦ ଟଙ୍କାରୁ ଅଧିକ UPI ମର୍ଚ୍ଚାଣ୍ଟ ପେମେଣ୍ଟରେ ସାଧାରଣତଃ ୦.୪% MDR ନିର୍ଦ୍ଧାରଣ କରାଯାଇଛି । ତେବେ ଇନ୍ଧନ ଭଳି କିଛି କ୍ଷେତ୍ର ପାଇଁ ପ୍ରତି ଯୋଗ୍ୟ ଟ୍ରାଞ୍ଜାକ୍ସନରେ ଫ୍ଲାଟ୍ ୫ ଟଙ୍କା MDR ବ୍ୟବସ୍ଥା ଥିବା ରିପୋର୍ଟ ହୋଇଛି। ଏହି ଚାର୍ଜକୁ ନେଇ ଡିଲରମାନେ ଆପତ୍ତି ଜଣାଇଛନ୍ତି। UPI ଉପରେ ମଧ୍ୟ ଡେବିଟ୍ ଓ କ୍ରେଡିଟ୍ କାର୍ଡ ଭଳି MDR ଛାଡ଼ ଦିଆଯାଉ ବୋଲି ସେମାନେ ଦାବି କରିଛନ୍ତି। ଡିଲରମାନଙ୍କ ମତରେ, ଇନ୍ଧନ ବ୍ୟବସାୟର ମାର୍ଜିନ୍ ସୀମିତ ଥିବାରୁ ଏହି ଅତିରିକ୍ତ ଖର୍ଚ୍ଚ ବହନ କରିବା କଷ୍ଟକର ହୋଇଯିବ ।

Post Views9 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!