୮୦ ବର୍ଷରେ ପାଦ ଥାପିଲେ ନବୀନ ପଟ୍ଟନାୟକ

ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା ତଥା ବିଜେଡ଼ି ସଭାପତି ନବୀନ ପଟ୍ଟନାୟକଙ୍କ ଜନ୍ମଦିନ। ଦୀର୍ଘ ୨୪ ବର୍ଷ ଧରି ଓଡ଼ିଶାବାସୀଙ୍କ ବିଶ୍ବାସ ଜିତିବାରେ ସକ୍ଷମ ହୋଇଥିବା ଏହି ରାଜନେତା ଆଜି ୮୦ ବର୍ଷରେ ପାଦ ଥାପିଛନ୍ତି । କ୍ରମାଗତ ଭାବେ ୫ ଥର ନିର୍ବାଚିତ ହୋଇ ୨୦୦୦ରୁ ୨୦୨୪ ଯାଏଁ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ତୁଲାଇଥିଲେ ଏହି ନବୀନ।
ଜନ୍ମଦିନ ଅବସରରେ ରାଜ୍ୟପାଳ ହରିବାବୁ କମ୍ଭମପାଟି ଅଭିନନ୍ଦନ ଜଣାଇବା ସହ ନବୀନଙ୍କ ନିରାମୟ ଓ ସୁଖମୟ ଜୀବନ କାମନା କରିଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି। ତେଣେ ଜନ୍ମଦିନର ଶୁଭେଚ୍ଛା ଜଣାଇବା ନେଇ ନବୀନ ନିବାସରେ ନେତା ଓ ମନ୍ତ୍ରୀଙ୍କ ଭିଡ଼ ଦେଖିବାକୁ ମିଳିଛି ।  ସେପଟେ ବ୍ରହ୍ମପୁର ବିଜୁ ଜନତା ଦଳର ସମସ୍ତ କର୍ମକର୍ତ୍ତା, ବରିଷ୍ଠ ନେତା, ବ୍ରହ୍ମପୁର ମେୟର, କର୍ପୋରେଟର ସହ ବିଜୁ ପରିବାର ତରଫରୁ ଦୀପ ଲଗାଯାଇଛି। ନବୀନ ପଟ୍ଟନାୟକଙ୍କ ଦୀର୍ଘାୟୁ କାମନା କରି ବ୍ରହ୍ମପୁରର ଅଧିଷ୍ଠାତ୍ରୀ ଦେବୀ ମା ବୁଢୀ ଠାକୁରାଣୀଙ୍କ ମନ୍ଦିରରେ ଦୀପ ଲଗାଇ ସେମାନେ ପୂଜାର୍ଚ୍ଚନା କରିଛନ୍ତି। ସେପଟେ ପୁରୀରେ ସୁଦର୍ଶନ ବାଲୁକା କଳା ଅନୁଷ୍ଠାନ ପକ୍ଷରୁ ସ୍ୟାଣ୍ଡ ଆନିମେଶନ ମାଧ୍ୟମରେ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିତ୍ୱ ପ୍ରଦର୍ଶିତ କରାଯିବା ସହ ଜନ୍ମଦିନର ଅଭିନନ୍ଦନ ଜ୍ଞାପନ କରାଯାଇଛି।

Post Views72 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!