ସୋନମ ୱାଙ୍ଗଚୁକ୍ କେନ୍ଦ୍ର ସରକାର ଏବଂ ସ୍ଥାନୀୟ ପ୍ରଶାସନର ଏକ ନିଷ୍ପତ୍ତିକୁ ବିରୋଧ କରି ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି । ଲଦାଖ ପରିଷଦ ନିର୍ବାଚନ ଏବଂ ପ୍ରଶାସନିକ କଟକଣାକୁ ନେଇ ସୃଷ୍ଟି ହୋଇଥିବା ଏହି ବିବାଦ ବର୍ତ୍ତମାନ ଜୋର ଧରିଛି ।
ବୁଧବାର ଲଦାଖର ଲେହଠାରେ ଏକ ପ୍ରତିବାଦ ସ୍ଥଳରୁ ପୁଲିସ ସୋନମ ୱାଙ୍ଗଚୁକ୍ଙ୍କୁ ହଟାଇ ତାଙ୍କ ବାସଭବନକୁ ପଠାଇ ଦେଇଥିଲା । ଏହାପରେ ଗୁରୁବାର ଦିନ ୱାଙ୍ଗଚୁକ୍ ଅଭିଯୋଗ କରିଥିଲେ ଯେ ତାଙ୍କୁ ‘ହାଉସ୍ ଆରେଷ୍ଟ’ ଅର୍ଥାତ୍ ଗୃହବନ୍ଦୀ କରାଯାଇଛି । ତାଙ୍କ ଘର ଚାରିପାଖେ ବହୁ ସଂଖ୍ୟକ ସୁରକ୍ଷାକର୍ମୀ ଓ ପୁଲିସ ମୁତୟନ କରାଯାଇଛି ।
ସୋନମ ଏକ ଭିଡିଓ ଜାରି କରି କହିଛନ୍ତି ଯେ, ଏପରି ଶାନ୍ତିପୂର୍ଣ୍ଣ ପ୍ରତିବାଦରୁ ବଞ୍ଚିତ କରିବା ତାଙ୍କର ମୌଳିକ ତଥାଣ ଗଣତାନ୍ତ୍ରିକ ଅଧିକାରର ସମ୍ପୂର୍ଣ୍ଣ ହନନ ଅଟେ ଏବଂ ସେ ଏହି ପ୍ରଶାସନିକ ପଦକ୍ଷେପକୁ କୋର୍ଟରେ ଚାଲେଞ୍ଜ କରିବେ ।

