ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ବଳୟ ’ଅକ୍‌ବନ’

ବଙ୍ଗୋପସାଗରର ଦକ୍ଷିଣ-ପୂର୍ବ ଓ ଦକ୍ଷିଣ-ପଶ୍ଚିମ ଦିଗରେ ଏକ ବିରାଟ ଲଘୁଚାପ ବଳୟ ’ଅକବନ’ ସୃଷ୍ଟି ହୋଇଛି। ଏହାର ପ୍ରତ୍ୟକ୍ଷ ପ୍ରଭାବ ଓଡ଼ିଶାରେ ପଡ଼ିବା ଆଶଙ୍କା କମ୍ ରହିଛି, ତେବେ ଏହାର ପ୍ରଭାବରେ ଓଡ଼ିଶାରେ ୧୮ ତାରିଖରୁ ଦୁଇ-ତିନି ଦିନ ଧରି ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। 
ଆଜି (ରବିବାର) ଅପରାହ୍‌ଣରେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ପ୍ରେସ୍‌ ବିବୃତିରେ ଏନେଇ ସୂଚନା ଦିଆଯାଇଛି। ସୂଚନାନୁସାରେ, ସମ୍ପ୍ରତି ଲଘୁଚାପ ବଳୟ ଘଣ୍ଟାକୁ ୧୦ କିମି ବେଗରେ ଉତ୍‌ତର-ଉତ୍ତରପଶ୍ଚିମ ଦିଗକୁ ଗତିକରୁଛି। ଏହା ଓଡ଼ିଶାର ଗୋପାଳପୁର ଠାରୁ ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ ୧୧୩୦ କିମି ଦୂରରେ ରହିଛି। ଆନ୍ଧ୍ରପ୍ରଦେଶ ବିଶାଖପାଟଣା ଠାରୁ ସେହି ଦିଗରେ ୧୦୧୦ କିମି ଦୂରରେ ଥିବା ବେଳେ ତାମିଲନାଡ଼ୁର ଚେନ୍ନାଇ ଠାରୁ ୮୪୦ କିମି ଓ ଶ୍ରୀଲଙ୍କାର ତ୍ରିଙ୍କୋମାଲି ଠାରୁ ୬୩୦ କିମି ଦୂରରେ ଅବସ୍ଥିତ। 
୧୬ ତାରିଖରେ ଘୂର୍ଣ୍ଣିଝଡ଼ର ରୂପ ନେବ ଓ ୧୭ ନଭେମ୍ବରରେ ଏହା ଭୀଷଣ ଘୂର୍ଣ୍ଣିଝଡ଼ରେ ପରିବର୍ତ୍ତିତ ହେବ। ୧୮ ତାରିଖ ବେଳକୁ ଏହାର ଘଣ୍ଟାପ୍ରତି ବେଗ ୧୦୦ରୁ ୧୧୦ କିମି ଓ ୧୯ ତାରିଖରେ ଏହା ବୃଦ୍ଧିପାଇ ୧୨୦-୧୩୦ କିମି ବେଗରେ ପହଞ୍ଚିବ। 
ଏଥିପାଇଁ ଗଜପତି, ଗଞ୍ଜାମ ଓ ପୁରୀକୁ ନାରଙ୍ଗୀ ସତର୍କତା ଜାରି କରାଯାଇଥିବା ବେଳେ ବଳକା ଜିଲ୍ଲାଗୁଡ଼ିକୁ ୟେଲୋ ସତର୍କତା ଜାରି କରାଯାଇଛି।  ସମୁଦ୍ରକୁ ଯାଇଥିବା ମାଛଧରାଳୀଙ୍କ ପାଇଁ ମଧ୍ୟ ସତର୍କତା ଜାରି କରାଯାଇଛି।  ୧୫ ତାରିଖ ସୁଦ୍ଧା ଉପକୂଳକୁ ଫେରିଆସିକୁ କୁାଯାଇଛି। ଏବଂ ୨୦ ତାରିଖ ସୁଦ୍ଧା ସମୁଦ୍ରମଧ୍ୟକୁ ନଯିବାକୁ ପରାମର୍ଶ ଦିଆଯାଇଛି। 

Post Views100 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!