ଜୟ ଶାହ ଲଗାତାର ଦ୍ୱିତୀୟ ଥର ପାଇଁ ICC ଅଧ୍ୟକ୍ଷ

ଅନ୍ତର୍ଜାତୀୟ କ୍ରିକେଟ୍‌ପରିଷଦ (ଆଇସିସି)ର ଅଧ୍ୟକ୍ଷ ଭାବେ ଭାରତର ଜୟ ଶାହ ପୁଣି ଥରେ ନିର୍ବାଚିତ ‌ହୋଇଛନ୍ତି। ନିର୍ବିରୋଧରେ ଲଗାାତର ଦ୍ବିତୀୟ ଥର ଲାଗି ବିଶ୍ବ କ୍ରିକେଟ୍‌ର ମଙ୍ଗ ଧରିବାକୁ ଯାଉଥିବା ଜୟଙ୍କ ଏହି କାର୍ଯ୍ୟକାଳ ୨ ବର୍ଷ ରହିବ। ଅନ୍ତର୍ଜାତୀୟ ସ୍ତରକୁ ଆସିବା ପୂର୍ବରୁ ୩୮ ବର୍ଷୀୟ ଜୟ ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ର ସମ୍ପାଦକ ଥିଲେ। ଡିସେମ୍ବର ୨୦୨୪ରେ ଆଇସିସି ଅଧ୍ୟକ୍ଷ ହୋଇଥିବା ଜୟଙ୍କ ପ୍ରଥମ ଅବଧି ‌ସରିବା ପୂର୍ବରୁ ବିଶ୍ବ ବୋର୍ଡ ବୈଠକରେ ତାଙ୍କ ପୁନଃନିଯୁକ୍ତିକୁ ଅନୁମୋଦନ ମିଳିଛି। 
ଆଇସିସି ପକ୍ଷରୁ ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ ‘‘ଶାହଙ୍କ ନେତୃତ୍ୱ ଉପରେ ବୋର୍ଡର ଆସ୍ଥା ଏବଂ କ୍ରିକେଟ୍‌ର ବିଶ୍ୱବ୍ୟାପୀ ପ୍ରସାର, ପ୍ରଶଂସକଙ୍କ ସଂଖ୍ୟା ବୃଦ୍ଧି ଓ ବାଣିଜ୍ୟିକ ବିକାଶ ଦିଗରେ ଏହା ସହାୟକ ହେବ।’’ ୨୦୨୮ ଲସ୍‌ଏଞ୍ଜେଲସ୍‌ ଅଲିମ୍ପିକ୍ସରେ କ୍ରିକେଟ୍‌ ପୁଣି ଥରେ ସାମିଲ ହେଉଥିବାରୁ ତାଙ୍କ ଉପରେ ଗୁରୁ ଦାୟିତ୍ବ ରହିବ।  
ଶାହ ଆଇସିସି ଅଧ୍ୟକ୍ଷ ଭାବରେ ପୁନଃନିଯୁକ୍ତ ହେବାରେ ଖୁସି ପ୍ରକାଶ କରି ଜୟ ଶାହ କହିଛନ୍ତି, ଆଇସିସି ବୋର୍ଡ ଲଗାତାର ଦ୍ୱିତୀୟ ଥର ପାଇଁ ମୋ ଉପରେ ଭରସା ପ୍ରକାଶ କରିଛି ଏହା ମୋ ପାଇଁ ସମ୍ମାନର ବିଷୟ। ମୁଁ ସମସ୍ତ ନିର୍ଦ୍ଦେଶକଙ୍କୁ ସେମାନଙ୍କର ବିଶ୍ୱାସ ଏବଂ ସମର୍ଥନ ପାଇଁ ଧନ୍ୟବାଦ ଜଣାଉଛି। ଆଇସିସି ଅଧ୍ୟକ୍ଷ ଭାବରେ ସେବା କରିବା ଏକ ଦାୟିତ୍ୱ ଏବଂ ସମ୍ମାନ ଉଭୟ। ମୁଁ ସାରା ବିଶ୍ୱରେ କ୍ରିକେଟର ସ୍ୱାର୍ଥକୁ ଆଗକୁ ବଢ଼ାଇବା ପାଇଁ ସମସ୍ତ ସଦସ୍ୟଙ୍କ ସହିତ ଘନିଷ୍ଠ ଭାବରେ କାମ କରିବାକୁ ପ୍ରତିବଦ୍ଧ। 
୨୦୨୮ରେ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସକୁ କ୍ରିକେଟ୍ ଫେରି ଆସୁଛି। ୧୨୮ ବର୍ଷ ପରେ କ୍ରିକେଟ୍ ଏହି ମେଗା କ୍ରୀଡା ଇଭେଣ୍ଟକୁ ଫେରି ଆସୁଛି। ଶାହ କହିଛନ୍ତି ଯେ ଏହା କ୍ରିକେଟ୍ ପାଇଁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସମୟ ଏବଂ ୨୦୨୮ ଅଲିମ୍ପିକ୍ସ ବିଶ୍ୱବ୍ୟାପୀ ପ୍ରଭାବ ପକାଇବାର ଏକ ସୁବର୍ଣ୍ଣ ସୁଯୋଗ ପ୍ରଦାନ କରେ। ଅଲିମ୍ପିକ୍ସ କ୍ରିକେଟ୍ ଖେଳକୁ ନୂତନ ଉଚ୍ଚତାକୁ ନେଇଯିବା ଏବଂ ଏକ ନୂତନ ପିଢ଼ି ପାଖରେ ପହଞ୍ଚିବା ପାଇଁ ସାହାଯ୍ୟ କରିବ।
୨୦୨୪ରେ ଜୟ ଶାହ ମାତ୍ର ୩୫ ବର୍ଷ ବୟସରେ ପ୍ରଥମ ଥର ପାଇଁ ନୂତନ ଆଇସିସି ଅଧ୍ୟକ୍ଷ ହୋଇଥିଲେ। ସେ ଇତିହାସରେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦର ସବୁଠାରୁ କମ୍ ବୟସ୍କ ଅଧ୍ୟକ୍ଷ ହୋଇଥିଲେ। କ୍ରିକେଟ ପ୍ରଶାସନରେ ଶାହ ନୂତନ ରେକର୍ଡ ଭାଙ୍ଗି ଚାଲିଛନ୍ତି। ପୂର୍ବରୁ ସେ ୨୦୧୯ରେ ବିସିସିଆଇର ସବୁଠାରୁ ଯୁବ ସଚିବ ହୋଇଥିଲେ। ସେ ଏସୀୟ କ୍ରିକେଟ ପରିଷଦର ସଭାପତି ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି।

Post Views67 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!