ଚିକିତ୍ସା ପାଇଁ ଦିଲ୍ଲୀ ଯିବେ ଅଭିନେତା ପିଣ୍ଟୁ ନନ୍ଦ

ଦୀର୍ଘଦିନ ହେଲା ଲିଭର ସିରୋସିସ୍ ରୋଗରେ ପୀଡ଼ିତ ଅଛନ୍ତି ଓଲିଉଡ୍ ଅଭିନେତା ପିଣ୍ଟୁ ନନ୍ଦ । କେବଳ ଲିଭର୍ ଟ୍ରାନ୍ସପ୍ଲାଣ୍ଟ ପାଇଁ ୫୦ ଲକ୍ଷରୁ ଅଧିକ ଟଙ୍କା ଆବଶ୍ୟକ ଥିବାବେଳେ ଟ୍ରାନ୍ସପ୍ଲାଣ୍ଟ ପରବର୍ତ୍ତୀ ଚିକିତ୍ସା ପାଇଁ ମଧ୍ୟ ଅର୍ଥର ଆବଶ୍ୟକତା ରହିଛି। ଅଧିକ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ନିଆଯିବ ବୋଲି ଜଣାପଡ଼ିଛି।

ଆବଶ୍ୟକ ପଡ଼ିଲେ ସେଠାରେ ଲିଭର ଟ୍ରାନ୍ସପ୍ଲାଣ୍ଟ୍ ବା ପ୍ରତିରୋପଣର ଆବଶ୍ୟକତା ପଡିପାରେ। ଏହି ଚିକିତ୍ସା ପାଇଁ ପ୍ରାୟ ୫୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହେବ। ପିଣ୍ଟୁ ନନ୍ଦଙ୍କୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କୁ ସିନେ ଆର୍ଟିଷ୍ଟ ଆସୋସିଏଶନ ଅନୁରୋଧ କରିଛି।

କୋସିନେ କଳାକାର ସଂଘ ସମ୍ପାଦକ ଶ୍ରୀତମ ଦାସ କହିଛନ୍ତି, ଗୁରୁତର ଅସୁସ୍ଥ ଥିବା ପିଣ୍ଟୁଙ୍କ ଚିକିତ୍ସା ପାଇଁ ଦିଲ୍ଲୀ ନେବାକୁ ଏକ ପ୍ରକାର ସ୍ଥିର ହୋଇଛି। ଖୁବ୍ଶୀଘ୍ର ଦିଲ୍ଲୀରେ ଥିବା ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଲିଭର ଆଣ୍ଡ୍ ବିଲିଆରି ସାଇନ୍ସେସ(ଆଇଏଲବିଏସ୍)ରେ ତାଙ୍କୁ ଭର୍ତ୍ତି କରାଯିବ।

Post Views16 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!