ଏମିତି ବି ରହିଛି ପରମ୍ପରା , ବରକୁ ସିଗାରେଟ୍‌ ପିଆଇ ହୁଏ ସ୍ବାଗତ

ଭିନ୍ନ ଭିନ୍ନ ସ୍ଥାନରେ ବିବାହର ପରମ୍ପରା ଭିନ୍ନ। ବାହାଘରରେ ବରଯାତ୍ରୀ ଆସିବା ମାତ୍ରକେ ବର ଚର୍ଚ୍ଚା ହେବା ଆରମ୍ଭ ହୋଇ ଯାଇଥାଏ। ବରକୁ କନ୍ୟା ପକ୍ଷ ଲୋକ ଗ୍ରାଣ୍ଡ ୱେଲକମ୍‌ କରନ୍ତି। ମିଠା, ସରବତ, ଜଳଖିଆ ଦେଇ ବର ପକ୍ଷ ଲୋକଙ୍କୁ ଚର୍ଚ୍ଚା ହୁଏ। କିନ୍ତୁ ଏଠାରେ ଜ୍ବାଇଁଙ୍କର ଚର୍ଚ୍ଚା ଟିକେ ଭିନ୍ନ ଢଙ୍ଗରେ ହୋଇଛି। ସିଗାରେଟ୍ ପିଆଇ ଜ୍ବାଇଁଙ୍କୁ ସ୍ବାଗତ କରୁଥିବାର ଦେଖିବାକୁ ମିଳିଛି।
ନିକଟରେ ସୋସିଆଲ୍ ମିଡିଆରେ ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ଭାଇରାଲ୍ ଭିଡିଓରେ ଶାଶୂ ଓ ଶଶୁର ମିଶି ତାଙ୍କ ଜ୍ବାଇଁଙ୍କୁ ସିଗାରେଟ୍ ପିଆଇ ସ୍ବାଗତ କରୁଥିବାର ଦେଖିବାକୁ ମିଳିଛି। ଭିଡିଓଟିକୁ ଇନ୍ଷ୍ଟାଗ୍ରାମ୍ରେ ସେୟାର କରାଯିବା ପରେ ଏଥିରେ ୬ ମିଲିୟନ୍ ଭିୟୁ ହୋଇ ସାରିଲାଣି।
ଭିଡିଓରେ ଦେଖିବାକୁ ମିଳିଛି ବର ଜଣକ ବସିଥିବା ବେଳେ ତାଙ୍କ ଶାଶୂ ଏକ ସିଗାରେଟ୍ ଧରି ତାଙ୍କ ପାଟିରେ ଲଗାଉଛନ୍ତି ଓ ମାଚିସ୍ ଲଗାଇ ଦେଉଛନ୍ତି ଶ୍ୱଶୁର। ଭିଡିଓଟି ଇନ୍ଷ୍ଟାରେ ସେୟାର କରାଯିବା ସହ ଲେଖିଯାଇଛି ଯେ ବିବାହରେ ବରଙ୍କୁ ମିଠା ସହ ପାନ, ବିଡ଼ି ସହ ସ୍ବାଗତ କରାଯାଉଛି।
ମଜାରେ ଏଭଳି କିଛି କରାଯାଉଥିବା ଆପଣ ଏହା ଚିନ୍ତା କରୁଥାଇପାରନ୍ତି। କିନ୍ତୁ ଏହା ଏକ ପରମ୍ପରା। ଦକ୍ଷିଣ ଗୁଜୁରାଟର ଏକ ଗାଁରେ ଏମିତି ଏକ ପୁରୁଣା ପରମ୍ପରା ରହିଛି। ଯେଉଁଠାରେ ଜ୍ବାଇଁଙ୍କୁ ସିଗାରେଟ୍ ପିଆଇ ସ୍ବାଗତ କରାଯାଏ। ଏଠାରେ ମଧ୍ୟ ଜ୍ୱାଇଁ ସିଗାରେଟ୍ ଟାଣୁ ନାହାନ୍ତି କେବଳ ପରମ୍ପରା ପାଳନ କରିବା ପାଇଁ ଏମିତି ହେଉଛି। ଭିଡିଓରେ ଅନେକ ଲୋକ କମେଣ୍ଟ କରିଛନ୍ତି। କିଛି ଲୋକ ଏପରି ଏକ ପରମ୍ପରାକୁ ବିଶ୍ବାସ କରି ନଥିବା ବେଳେ କେହି କେହି କମେଣ୍ଟ୍ କରିଛନ୍ତି ଯେ ବାସ୍ତବରେ ଏଭଳି ପରମ୍ପରା ରହିଛି।

Post Views21 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!