ଭାରତର ସାମୁଦ୍ରିକ ଖାଦ୍ୟସାମଗ୍ରୀ ଉପରେ କଟକଣା ହଟାଇଲା କତାର

ଭାରତର ସାମୁଦ୍ରିକ ଖାଦ୍ୟସାମଗ୍ରୀ ଉପରେ କଟକଣା ହଟାଇଲା କତାର। ଫଳରେ ଗଲ୍ଫ ଦେଶ ସହ ଭାରତର ବ୍ୟବସାୟ ବାଟ ଫିଟିଛି। ଏନେଇ ଭାରତୀୟ ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି। ପିଫା ବିଶ୍ୱକପ୍ ଆୟୋଜନ ପୂର୍ବରୁ ଗତ ବର୍ଷ ନଭେମ୍ବର ମାସରେ ସାମୁଦ୍ରିକ ଖାଦ୍ୟ ଉପରେ ବ୍ୟାନ୍ ଲଗାଇଥିଲା କତାର। ଭାରତରୁ ବରଫରେ ପ୍ୟାକ୍ ହୋଇ ଯାଉଥିବା ମାଛ ଆଦି ସାମୁଦ୍ରିକ ଖାଦ୍ୟରେ ଭିବ୍ରିଓ କଲେର ନାମକ ଭୂତାଣୁ ଥିବା କତାର ଅଭିଯୋଗ କରିଥିଲା।
ଫୁଟ୍ବଲ ମ୍ୟାଚ୍ ଆୟୋଜନରେ ବ୍ୟସ୍ତ ଥିବାରୁ ଟେଷ୍ଟିଂ ପାଇଁ ଯଥେଷ୍ଟ ପରିମାଣରେ ଲାବ୍ରୋଟାରେ ନାହିଁ। ତେଣୁ ଅସ୍ଥାୟୀ ଭାବେ ସାମୁଦ୍ରିକ ଖାଦ୍ୟ ଉପରେ ବ୍ୟାନ୍ ଲଗାଉଛୁ ବୋଲି କତାର ଭାରତକୁ ସୂଚିତ କରିଥିଲା। ସେବେଠାରୁ ଏହି ସମସ୍ୟାକୁ ଦୂର କରିବା ପାଇଁ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଓ କତାରରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଚେଷ୍ଟା ଜାରି ରହିଥିଲା।
ଏଥିପାଇଁ କତାର ସ୍ୱାସ୍ଥ୍ୟମନ୍ତ୍ରାଳୟ ସହିତ ଅନେକ ବୈଠକ ମଧ୍ୟ କରାଯାଇଛି। ଅନେକ ବୈଠକ ଓ ଚେଷ୍ଟା ପରେ ଗତକାଲି(ଫେବ୍ରୁଆରୀ ୧୬ ତାରିଖ) ଭାରତୀୟ ସାମୁଦ୍ରିକ ଖାଦ୍ୟ ଉପରେ ବ୍ୟାନ୍ ହଟାଇଛନ୍ତି କତାର ସରକାର। ଏହା ପୂର୍ବରୁ ଚୀନ ମଧ୍ୟ ଭାରତୀୟ ସାମୁଦ୍ରିକ ଖାଦ୍ୟ ଉପରେ ବ୍ୟାନ୍ ଲଗାଇଥିଲା। ୯୯ଟି ଖାଦ୍ୟକୁ ବ୍ୟାନ୍ କରିଥିଲା ଚୀନ। ହେଲେ ଏଥିପାଇଁ ବିଭାଗୀୟ ଅଧିକାରୀଙ୍କ ପ୍ରତିଶ୍ରୁତି ପରେ ଫେବ୍ରୁଆରୀ ୧୪ ତାରିଖରେ କଟକଣା ହଟାଇଥିଲା ଚୀନ।
ତେଣୁ ଚଳିତ ସପ୍ତାହ ଭାରତୀୟ ସାମୁଦ୍ରିକ ଖାଦ୍ୟ ରପ୍ତାନୀ ପାଇଁ ଶୁଭ ବୋଲି ସାମୁଦ୍ରିକ ଦ୍ରବ୍ୟ ରପ୍ତାନୀ ବିକାଶ ପ୍ରାଧିକରଣ(MPEDA)ର ଚେୟାର ମ୍ୟାନ୍ ଡିଭି ସ୍ୱାମୀ କହିଛନ୍ତି। ଚୀନ ଗତବର୍ଷ ଡିସେମ୍ବର ଠାରୁ ମୋଟ ୧୧୦ ୟୁନିଟ୍ ଉପରେ ବ୍ୟାନ୍ ଲଗାଇଥିଲା। ହେଲେ MPEDA ଓ ଅନ୍ୟ ସଂସ୍ଥାର କର୍ମଚାରୀଙ୍କ ଉଦ୍ୟମରେ ଚୀନ ବ୍ୟାନ ହଟାଇଥିଲା।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!