ସୌମ୍ୟଙ୍କ ଘରେ ଛାନଭିନ ସହ ପରିବାରଲୋକଙ୍କୁ ପଚରାଉଚରା କଲା କ୍ରାଇମବ୍ରାଞ୍ଚ

ବହୁ ଚର୍ଚ୍ଚିତ ମଡ଼େଲ ସୌମ୍ୟରଞ୍ଜନଙ୍କ ଘରେ କ୍ରାଇମବ୍ରାଞ୍ଚ ଟିମ୍ ତନାଘନା କରିବା ସହ ପରିବାର ଲୋକଙ୍କୁ ପଚରାଉଚୁରା କରିଛନ୍ତି ଦୁଇ ମହିଳା ଅଫିସର । ୩ ମାସ ଭିତରେ ତଦନ୍ତ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ ।

୨୦୨୨ ଜାନୁୟାରୀ ୩୦ ତାରିଖରେ ଆତ୍ମହତ୍ୟା କରିଥିଲେ ସୌମ୍ୟରଞ୍ଜନ ପାଣିଗ୍ରାହୀ । ସୌମ୍ୟଙ୍କ ମୃତ୍ୟୁ ପାଇଁ ତାଙ୍କ ବାନ୍ଧବୀ ସୋନାଲି ନନ୍ଦ ଦାୟୀ ବୋଲି ପରିବାର ଲୋକ ଅଭିଯୋଗ କରିଥିଲେ । ପୂର୍ବରୁ ସୋନାଲି ନନ୍ଦଙ୍କୁ ପଚରାଉଚୁରା କରିଥିଲା ପୁଲିସ ।

ସେହିପରି ମୃତ ସୌମ୍ୟରଞ୍ଜନ ପାଣିଗ୍ରାହୀଙ୍କ ବାପା, ସୁଧାକର ପାଣିଗ୍ରାହୀ , ମାଆ- ମୋହିନୀ ମିଶ୍ର ଏବଂ ଭଉଣୀ- ସୌଭାଗ୍ୟ ଲକ୍ଷ୍ମୀ ପାଣିଗ୍ରାହୀଙ୍କ ବୟାନ ରେକର୍ଡ କରିଛି କ୍ରାଇମବ୍ରାଞ୍ଚ ଟିମ୍ ।ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଘଟଣାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ ।

Post Views16 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!