ଆଜି ଠାରୁ ୫ମ ଓଡିଶା ପର୍ଯ୍ୟଟନ କନ୍‌କ୍ଲେଭ

ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଓଡ଼ିଶା ହୋଟେଲ ଏବଂ ରେଷ୍ଟୁରାଷ୍ଟ ସଂଘ (ହାରୋ) ପକ୍ଷରୁ ଦିନିକିଆ କର୍ମଶାଳାର ଆୟୋଜନ କରାଯାଇଛି। ଆଜି ଠାରୁ ସ୍ଥାନୀୟ ସ୍ବସ୍ତି ପ୍ରିମିୟମ ହୋଟେଲ ପରିସରରେ ୫ମ ଓଡିଶା ପର୍ଯ୍ୟଟନ କନ୍‌କ୍ଲେଭ ଆୟୋଜିତ ହୋଇଛି।

ଉକ୍ତ ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଚନ୍ତି। ସେହିଭଳି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଜି. କିଶନ ରେଡ୍ଡି, କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ଏବଂ ଉଦ୍ୟମିତ ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ, ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ, ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର ଏବଂ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ ପ୍ରମୁଖ ଯୋଗ ଦେଇଛନ୍ତି

। ଏହି ପରିପ୍ରେକ୍ଷୀରେ ହସ୍ପିଟାଲଟି ଏବଂ ପର୍ଯ୍ୟଟନ କ୍ଷେତ୍ର ବିଷେଷଜ୍ଞ, ଟ୍ରାଭେଲ ଏଜେଣ୍ଟ, ଟୁର ଅପରେଟର, ଅନ୍ତର୍ଜାତୀୟ ଏୟାରଲାଇନ୍ସ ଏବଂ ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ ମଧ୍ୟ ଯୋଗ ଦେବେ ବୋଲି ସଂଘ ପକ୍ଷରୁ କୁହାଯାଇଛି।

ଓଡିଶା ପର୍ଯ୍ୟଟନ କ୍ଷେତ୍ରକୁ ପରବର୍ତ୍ତିସ୍ତରକୁ ନେବା ପାଇଁ କର୍ମଶାଳାରେ ଅଂଶ ଗ୍ରହଣ କରିଥିବା ବିଭିନ୍ନ ସଂସ୍ଥାର ଅଧିକାରୀମାନେ ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିବେ।

ଏ ସମ୍ପର୍କରେ ହାରୋ ଏବଂ ଆଇଏଟିଓର ପୂର୍ବାଞ୍ଚଳ ଅଧ୍ୟକ୍ଷ ଜେ.କେ ମହାନ୍ତି କହିଛନ୍ତି, ବିଗତ ୪ ବର୍ଷ ଧରି ଓଡିଶା ପର୍ଯ୍ୟଟନ କନକ୍ଲେଭକୁ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ପୂର୍ଣ୍ଣ ସହାୟତା ପ୍ରଦାନ କରିଥିବାରୁ ଆମେ ରାଜ୍ୟ ପଯର୍‌ୟଟନ ବିଭାଗ ନିକଟରେ କୃତଜ୍ଞ ା

ଏପରିକି ରାଜ୍ୟ ଶିଳ୍ପ ବିଭାଗ ଅଂଶୀଦାର ଏବଂ ପର୍ଯ୍ୟଟନ ବିଶେଷଜ୍ଞ ପରାମର୍ଶକୁ ଗ୍ରହଣ କରିଥିବାରୁ ବିଭାଗକୁ ଧନ୍ୟବାଦ ଜଣାଉଛି।

Post Views17 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!