ସମୁଦ୍ର ଗର୍ଭରେ ପ୍ରତିଷ୍ଠା ହେବ ‘କେବୁଲ ଲ୍ୟାଣ୍ଡିଂ’ ଷ୍ଟେସନ

ଡାଟାର ନିର୍ଭରଯୋଗ୍ୟତା ଏବଂ ସୁଲଭତା ପାଇଁ ପୁରୀ ଠାରେ ସମୁଦ୍ର ଗର୍ଭରେ ଏକ କେବୁଲ ଲ୍ୟାଣ୍ଡିଂ ଷ୍ଟେସନ୍‌‌ ପ୍ରତିଷ୍ଠା କରାଯିବ। ଏହି ଲ୍ୟାଣ୍ଡିଂ ଷ୍ଟେସନ୍‌‌ ପ୍ରତିଷ୍ଠା ହେବା ଦ୍ୱାରା ଡାଟା ସେଣ୍ଟର, ମନୋରଞ୍ଜନ, ଦୂରସଞ୍ଚାର ଏବଂ ଫିନ୍‌‌ଟେକ୍‌‌ (ବିତ୍ତୀୟ) ବଜାର ସଶକ୍ତ ହେବ ବୋଲି ଇଲେକ୍ଟ୍ରୋନିକ୍ସ ଆଣ୍ଡ ଆଇଟି ବିଭାଗ ପକ୍ଷରୁ କୁହାଯାଇଛି। ଓଡ଼ିଶାକୁ ପୂର୍ବ ଭାରତର ଡିଜିଟାଲ ହବ୍‌‌ରେ ପରିଣତ କରିବା ଦିଗରେ ଏହା ଏକ ପ୍ରମୁଖ ପଦକ୍ଷେପ ବୋଲି କୁହାଯାଉଛି। ସମ୍ପ୍ରତି ଭାରତର ବିଭିନ୍ନ ପ୍ରକାର ତଥ୍ୟ ଅବା ଡାଟା ଆମେରିକା ଏବଂ ୟୁରୋପୀୟ ରାଷ୍ଟ୍ରର ଡାଟା ସେଣ୍ଟରରେ ସଂରକ୍ଷିତ ରହୁଛି।ଓଡ଼ିଶାକୁ ଡାଟା ସେଣ୍ଟର ହବ୍‌‌ରେ ପରିଣତ କରିବା ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ନୀତି ପ୍ରଣୟନ କରିଛନ୍ତି। ଆଉ ଏହି ନୀତିକୁ ବଳ ଯୋଗାଇବା ପାଇଁ ଚଳିତ ବଜେଟରେ ସରକାର ସ୍ୱତନ୍ତ୍ର ବ୍ୟୟବରାଦ କରିଛନ୍ତି।

ତେବେ ଓଡ଼ିଶାରେ ଡାଟା ସେଣ୍ଟର କାର୍ଯ୍ୟକ୍ଷମ ହେଲେ ଭାରତର ଡାଟା ଭାରତରେ ସଂରକ୍ଷିତ ରହିବ ଆଉ ଏକ ନୂଆ ଶିଳ୍ପ ପାଇଁ ଏହା ବଡ଼ ସୁଯୋଗ ସୃଷ୍ଟି କରିବ। ଏପରିସ୍ଥଳେ ସମୁଦ୍ର ତଳେ ହାଇ ଫାଇବର୍‌‌ କେବୁଲ ବିଛାଇବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। କେବୁଲ୍‌‌ ସଂଯୋଗ ମିଳିଲେ ଇଣ୍ଟରନେଟ୍‌‌ ଯୋଗାଯୋଗ, ଡାଟା ଆଦାନ ପ୍ରଦାନ, ସଂରକ୍ଷଣ କ୍ଷେତ୍ରରେ ଓଡ଼ିଶା ବେଶ୍‌‌ ଲାଭବାନ ହୋଇପାରିବ ବୋଲି କୁହାଯାଇଛି। ସୂଚନା ଅନୁସାରେ ସମୁଦ୍ର ଗର୍ଭ ଦେଇ ଉଚ୍ଚମାନର ଅପ୍ଟିକାଲ ଫାଇବର କେବୁଲ ବିଛାଯିବ। ଏହା ଓଡ଼ିଶା ସମେତ ପ୍ରାୟ ୯ଟି ଉପକୂଳ ସହରକୁ ସଂଯୋଗ କରିବ। ପଶ୍ଚିମବଙ୍ଗର ଦୀଘାରୁ ସମୁଦ୍ର ଦେଇ ଏହି କେବୁଲ ଓଡ଼ିଶାରେ ପହଞ୍ଚିବ। ପୁରୀ ଉପକୂଳ ଦେଇ ଏହା ଓଡ଼ିଶାକୁ ଆସିବା ସମ୍ଭାବନା ଅଛି। ସ୍ଥଳପଥରେ କେବୁଲ ଭୁବଶ୍ୱେରର ଆଇଟି ହବ୍‌‌ରେ ପହଞ୍ଚିବ। ଏଠାରୁ ବିଭିନ୍ନ ଆଇଟି ସଂସ୍ଥାକୁ ସଂଯୋଗ ଦିଆଯିବ।
ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ତେବେ ଏହାର କେନ୍ଦ୍ରସ୍ଥଳ ରହିବ ପୁରୀର କେବୁଲ ଲ୍ୟାଣ୍ଡିଂ ଷ୍ଟେସନ୍‌‌। ବିଶେଷଜ୍ଞଙ୍କ ମତରେ ସମୁଦ୍ର ଦେଇ ଫାଇବର୍‌‌ କେବୁଲ ପହଞ୍ଚିଲେ ଓଡ଼ିଶାରେ ଇଣ୍ଟରନେଟ୍‌‌ ସମ୍ପର୍କିତ ସେବାରେ ବଡ଼ ପରିବର୍ତ୍ତନ ଆସିବ। ଦ୍ରୁତ ଇଣ୍ଟରନେଟ୍‌‌ ସ୍ପିଡ୍‌‌ ମିଳିବ ଆଉ ଏ ଦିଗରେ ଥିବା ବାଧା ଦୂର ହୋଇପାରିବ। ଉନ୍ନତ ମାନର ଇଣ୍ଟରନେଟ୍‌‌ ସେବା ହିଁ ଡାଟା ସେଣ୍ଟର ପାଇଁ ବେଶ୍‌‌ ଉପାଦେୟ ହେବ ବୋଲି କୁହାଯାଉଛି। ସ୍ୱତନ୍ତ୍ର ଡାଟା ସେଣ୍ଟର ନୀତି ଜରିଆରେ ୨୦୧୫ ସୁଦ୍ଧା ଓଡ଼ିଶାକୁ ପୂର୍ବ ଭାରତର ଶ୍ରେଷ୍ଠ ଡାଟା ସେଣ୍ଟର ହବ୍‌‌ରେ ପରିଣତ କରିବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ଓଡ଼ିଶାରେ ସବୁ ପ୍ରକାର ଭିତ୍ତିଭୂମି ମହଯୁଦ ରହିଛି। ନିକଟରେ ରାଜ୍ୟ କ୍ୟାବିନେଟ୍‌‌ ଡାଟା ସେଣ୍ଟର ପଲିସି-୨୦୨୨କୁ ଅନୁମୋଦନ ଦେଇଛନ୍ତି। ଏହି ନୀତିରେ ଆଇଟି ସଂସ୍ଥାଙ୍କୁ ଜମି, ବିଜୁଳି ଶକ୍ତି ଓ କ୍ୟାପିଟାଲ ସବ୍‌‌ସିଡି ସହିତ ରାଜ୍ୟ ଜିଏସ୍‌‌ଟି ଛାଡ଼ ପାଇଁ ପ୍ରାବଧାନ ରହିଛି।

ଡାଟା ସେଣ୍ଟରରେ ପୁଞ୍ଜି ନିବେଶ ନିମନ୍ତେ ଏହା ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି କରିବ। ଗତ କିଛି ବର୍ଷ ମଧ୍ୟରେ ସ୍ମାର୍ଟଫୋନ୍‌‌, ସୋସିଆଲ ମିଡିଆ, ଇ-କମର୍ସ, ଡିଜିଟାଲ ମନୋରଞ୍ଜନ, ଡିଜିଟାଲ ଶିକ୍ଷା, ଡିଜିଟାଲ ପେମେଣ୍ଟ ଭଳି ଅନେକ ସେବା ବହୁଳ ଲୋକପ୍ରିୟତା ହାସଲ କରିବା ପରିପ୍ରେକ୍ଷୀରେ ଡାଟା ସେଣ୍ଟରର ଗୁରୁତ୍ୱ ବେଶ୍‌‌ ବୃଦ୍ଧି ପାଇଛି। ଡାଟା ସେଣ୍ଟର ୟୁନିଟ୍‌‌ ଭିତ୍ତିଭୂମି ନିର୍ମାଣ ବାବଦରେ ସର୍ବାଧିକ ୨୫ କୋଟି ଟଙ୍କା ଉପରେ ୨୦% ସବ୍‌‌ସିଡି ରାଜ୍ୟ ସରକାର ପ୍ରଦାନ କରିବେ। ଏଥିସହ ରିହାତି ମୂଲ୍ୟରେ ଇଡ୍‌‌କୋ ଜମି ଯୋଗାଇ ଦେବ।

Post Views37 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!