ଏଲଆଇସିର ଅନ୍ତରୀଣ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିବେ ସିଦ୍ଧାର୍ଥ

ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି)ର ଅନ୍ତରୀଣ ଅଧ୍ୟକ୍ଷ ଭାବେ ବରିଷ୍ଠ ବୀମା ଅଧିକାରୀ ସିଦ୍ଧାର୍ଥ ମହାନ୍ତି ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିବେ। ଏପରିକି ସେ ଆସନ୍ତା ୩ ମାସ ପାଇଁ ଏହି ଦାୟିତ୍ୱରେ ରହିବେ ବୋଲି ନିଗମ ପକ୍ଷରୁ କୁହାଯାଇଛି।

ସେହିଭଳି ମହାନ୍ତି ବର୍ତ୍ତମାନ ଏଲଆଇସି ହାଉସିଂ ଫାଇନାନ୍ସର ଏମଡି ଏବଂ ସିଇଓ ଭାବେ କାର୍ଯ୍ୟ କରୁଛନ୍ତି। ଏପରିକି ୨୦୨୧ଫେବୃୟାରୀ ୧ରେ ମହାନ୍ତିଙ୍କୁ ଉକ୍ତ ପଦରେ ନିଯୁକ୍ତି ଦିଆଯାଇଥିଲା। ବିଶେଷ କରି ୨୦୨୩ ଜୁନ ୩୦ ପର୍ଯ୍ୟନ୍ତ ସେ ଉକ୍ତ ପଦରେ ରହିବେ ବୋଲି ସୂଚନା ମିଳିଛି। ଅପରପକ୍ଷରେ ଏଲଆଇସିର ନେତୃତ୍ୱ ଜଣେ ଅଧ୍ୟକ୍ଷ ଏବଂ ଚାରି ଜଣ ଏମଡିଙ୍କ ହାତରେ ରହିଥାଏ।

ବର୍ତ୍ତମାନ ସମୟରେ ବିଷ୍ଣୁ ଚରଣ ପଟ୍ଟନାୟକ, ଇ.ପି.ମିନି, ସିଦ୍ଧାନ୍ତ ମହାନ୍ତି ଏବଂ ରାଜ କୁମାର ଏମଡି ଭାବେ ଏଲଆଇସିରେ କାର୍ଯ୍ୟ କରୁଛନ୍ତି। ଏପରିକି ବର୍ତ୍ତମାନର ଏଲଆଇସି ଅଧ୍ୟକ୍ଷ ଏମ.ଆର.କୁମାରଙ୍କ କାର୍ଯ୍ୟକାଳରେ ବୃଦ୍ଧି କରାଯାଇ ନ ଥିବା ନିଗମ ସ୍ପଷ୍ଟ କରିଛନ୍ତି।

Post Views1 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!