ଅଟୋ ଆନ୍ଦୋଳନ ପ୍ରତ୍ୟାହୃତ, ପୋଲିସ ଡିଜିଙ୍କ ସହ ବୈଠକ ପରେ ନିଷ୍ପତ୍ତି

ଓଡିଶା ଡ୍ରାଇଭର ମହାସଂଘ ୧୦ ଦଫା ଦାବି ନେଇ ଷ୍ଟିୟରିଂ ଛାଡି ଅର୍ନିଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନକୁ ଓହ୍ଲାଇଛି। ସ୍ଥାନୀୟ ହଲଦିପାଲି ଛକ ସମେତ ବିଭିନ୍ନ ସ୍ଥାନରେ ଡ୍ରାଇଭରମାନେ ରାସ୍ତା ଅବରୋଧ କରିଛନ୍ତି। ଫଳରେ ଯାତାଯାତ ବ୍ୟାହତ ହୋଇଥିବାବେଳେ ରାସ୍ତାର ଉଭୟ ପାଶର୍‌ବରେ ଶତାଧିକ ଗାଡି ଚଳାଚଳ ଅଟକି ରହିଛି।

ତେବେ ସ୍କୁଲ ବସ୍ ଏବଂ ଆମ୍ବୁଲାନ୍ସ ସମେତ ଅନ୍ୟ ଜରୁରୀକାଳୀନ ସେବାରେ ବ୍ୟବହୃତ ଗାଡିକୁ ବାଦ୍ ଦିଆଯାଇଛି। ଆଇନଶୃଙ୍ଖଳା ପରିସ୍ଥିତି ଏଡାଇବା ନିମନ୍ତେ ପୋଲିସ ପଇଁତରା ମାରୁଥିବା ଦେଖିବାକୁ ମିଳିଛି।

ଦୁର୍ଘଟଣାରେ ପ୍ରାଣ ହରାଉଥିବା ଡ୍ରାଇଭରଙ୍କୁ ୨୦ ଲକ୍ଷ ବୀମା ରାଶି, ଦୁର୍ଘଟଣା ପରେ ଅକର୍ମଣ୍ୟ ହୋଇଥିବା ଡ୍ରାଇଭରଙ୍କୁଙ୍କୁ ୧୦ ଲକ୍ଷ, ୫୫ବର୍ଷ ପରେ ପେନସନ, ରାସ୍ତା ପାଶର୍‌ବରେ ଶୌଚାଳୟ, ଗାଡି ପାର୍କିଂ ବ୍ୟବସ୍ଥା ଆଦି ଦାବି ରହିଛି। ଏହି ଦାବି ଉପରେ ଯେତେଦିନ ପର୍ଯ୍ୟନ୍ତ ସରକାର ଠୋସ ପଦକ୍ଷେପ ନ ନେବେ, ସେତେଦିନ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଡ୍ରାଇଭର ମହାସଂଘ ଚେତାବନୀ ଦେଇଛି।

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!