ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ତଥା କଟକ ତେଲଙ୍ଗାପେଣ୍ଠସ୍ଥିତ ଏଚ୍ସିଜି ପଣ୍ଡା କ୍ୟାନ୍ସର ହସ୍ପିଟାଲ ପକ୍ଷରୁ ନିକଟରେ ଏକ କ୍ୟାନ୍ସର ସର୍ଜରି କର୍ମଶାଳା ଆୟୋଜିତ ହୋଇଯାଇଛି। ବିଶେଷକରି ଲାପାରୋସ୍କୋପିକ୍ କଲୋରେକ୍ଟାଲ୍ କର୍କଟ ଶଲ୍ୟ ଚିକିତ୍ସା ପ୍ରଣାଳୀ ଉପରେ ଏକ ଲାଇଭ କର୍ମଶାଳାର ଆୟୋଜନ କରାଯାଇଥିଲା।
ଏପରିକି କଲୋରେକ୍ଟାଲ୍ କ୍ୟାନ୍ସରର ବହୁମୁଖୀ ପରିଚାଳନା ସହ ସର୍ଜନମାନଙ୍କୁ ନବୀକରଣ କରିବାକୁ ପଡ଼ିବ ବୋଲି କର୍ମଶାଳାର ମୂଳ ଲକ୍ଷ୍ୟ ରହିଥିଲା। ଉକ୍ତ କର୍ମଶାଳାରେ ଦେଶର ପ୍ରତିଷ୍ଠିତ ମେଡିକାଲର ବରିଷ୍ଠ ସର୍ଜନମାନଙ୍କ ଉପସ୍ଥିତରେ ସର୍ବଭାରତୀୟସ୍ତରର ଶଲ୍ୟ ଚିକିତ୍ସକମାନକୁ ଉକ୍ତ ପ୍ରଣାଳୀର ସିଧା ପ୍ରସାରଣ କରାଯାଇଥିଲା।
ଉକ୍ତ କାର୍ଯ୍ୟକ୍ରମକୁ ଏମ୍ସ, ଯୋଧପୁରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ଏମ୍ସ, ଦରଭଙ୍ଗାର ଡା. ଲଲାଟେନ୍ଦୁ ଷଡ଼ଙ୍ଗୀ, ନିର୍ଦ୍ଦେଶକ ଏଏଚ୍ଆର୍ସିସି ଏବଂ ଏଚ୍ସିଜି ପଣ୍ଡା କ୍ୟାନ୍ସର ହସ୍ପିଟାଲର ମେଡିକାଲ ଡାଇରେକ୍ଟର କୃପାସିନ୍ଧୁ ପଣ୍ଡା ଉଦ୍ଘାଟନ କରିଥିଲେ।

