ମାସକୁ ୯ଦିନ ଉଡ଼ିବ ଭୁବନେଶ୍ବରରୁ ରଙ୍ଗେଇଲୁଣ୍ଡା ବିମାନ

ସପ୍ତାହକୁ ୨ଦିନ ମାସକୁ ୯ଦିନ ଉଡ଼ିବ ଭୁବନେଶ୍ବରରୁ ରଙ୍ଗେଇଲୁଣ୍ଡା, ରଙ୍ଗେଇଲୁଣ୍ଡାରୁ ଭୁବନେଶ୍ବର ବିମାନ। ମାସର ପ୍ରତି ବୁଧବାର ଓ ରବିବାର ଉଡ଼ିବ ବିମାନ ।

ଗତକାଲି ଭୁବନେଶ୍ବରରୁ ରଙ୍ଗେଇଲୁଣ୍ଡା ଏବଂ ରଙ୍ଗେଇଲୁଣ୍ଡାରୁ ଭୁବନେଶ୍ବର ବିମାନବନ୍ଦରକୁ ଉଡିଛି ବିମାନ । ସେହିପରି ଆସନ୍ତା ୫ ତାରିଖ, ୯ତାରିଖ, ୧୨ ତାରିଖ ୧୬, ୧୯, ୨୩, ୨୬ ଓ ୩୦ ତାରିଖରେ ଉଡ଼ିବ ଏହି ନନ୍ ସିଡ୍ୟୁଲ୍ଡ ଫ୍ଲାଇଟ୍ ।

ଭୁବନେଶ୍ବରରୁ ବାହାରିଲେ ରଙ୍ଗେଲୁଣ୍ଡାରେ ପହଞ୍ଚିବାକୁ ଏକ ଘଣ୍ଟା ସମୟ ଲାଗୁଛି । ସେଠାରେ ୨୦ ମିନିଟ୍ ରହଣି ପରେ ସେଠାରୁ ଫ୍ଲାଇଟ୍ ଭୁବନେଶ୍ବର ଅଭିମୁଖେ ଟେକଅଫ୍ କରିବ । ଗତମାସ ୫ ତାରିଖ ବିଜୁ ଜୟନ୍ତୀ ଅବସରରେ ରଙ୍ଗେଇଲୁଣ୍ଡାକୁ ବିମାନ ଉଡ଼ାଣର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!