ଓଡ଼ିଶାରେ ପ୍ରଥମଥର ପାଇଁ ଚାଲିବ ବନ୍ଦେ ଭାରତ ଏକ୍ସପ୍ରେସ୍

ଖୁବ୍ଶୀଘ୍ର ଓଡ଼ିଶାରେ ପ୍ରଥମଥର ପାଇଁ ଚାଲିବ ବନ୍ଦେ ଭାରତ ଏକ୍ସପ୍ରେସ୍। ପୁରୀ-ହାୱଡ଼ା ମଧ୍ୟରେ ଏହି ଦ୍ରୁତଗାମୀ ଏବଂ ଅତ୍ୟାଧୁନିକ ଟ୍ରେନ୍ ଚଳାଚଳ କରିବ।

ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍ର ସମୟ ସାରଣୀ ଜାରି କରାଯାଇଛି। ପୁରୀ-ହାୱଡ଼ା ମଧ୍ୟରେ ୫୦୦ କିମି ରେଳ ଲାଇନ୍ରେ ସପ୍ତାହକୁ ତିନି ଥର ଏହା ଚଳାଚଳ କରିବା ସମ୍ଭାବନା ଅଛି। ୨୦୨୧ ଅଗଷ୍ଟ ମାସରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭୁବନେଶ୍ୱର ଗସ୍ତରେ ଆସିଥିବା ସମୟରେ ପୁରୀ-ହାୱାଡ଼ା ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ୍ ଚଳାଚଳ କରିବା ନେଇ ଘୋଷଣା କରିଥିଲେ।

ସୂଚନା ଅନୁସାରେ, ପୁରୀ-ହାୱାଡ଼ା ଯାତ୍ରା ସମୟ ପ୍ରାୟ ୫ ଘଣ୍ଟା ୩୦ ମିନିଟ୍ ମଧ୍ୟରେ ରହିବ। ପୁରୀ-ହାୱଡ଼ା ମଧ୍ୟରେ ଏହି ଟ୍ରେନ୍ ଭୁବନେଶ୍ୱର, କଟକ ଓ ଖଡ଼ଗପୁରରେ ରହଣି କରିବ। ପ୍ରତି ଷ୍ଟେସନ୍ରେ ଏହା ୫ ମିନିଟ୍ ରହିବ। ଏହା ତିନିଟି ରେଳ ଜୋନ୍ ଯଥା ପୂର୍ବତଟ ରେଳପଥ, ଦକ୍ଷିଣ ପୂର୍ବ ରେଳପଥ ଏବଂ ପୂର୍ବ ରେଳପଥ ଦେଇ ଗତି କରିବ।

Post Views34 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!