ଏନ୍‌ଏସ୍‌ଡିସି ସହ ରିଲାଏନ୍ସ ଫାଉଣ୍ଡେଶନର ସହଭାଗିତା

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ସାମାଜିକ ସଂସ୍ଥା ରିଲାଏନ୍ସ ଫାଉଣ୍ଡେଶନ ଏବଂ ଜାତୀୟ ଦକ୍ଷତା ବିକାଶ ନିଗମ (ଏନ୍ଏସ୍ଡିସି) ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ନିକଟରେ ସ୍ଥାପିତ ହୋଇଛି। ବିଶେଷକରି ୫ଲକ୍ଷ ଭାରତୀୟ ଯୁବତୀଯୁବକଙ୍କ ପାଇଁ ଭବିଷ୍ୟତରେ ଆବଶ୍ୟକ ହେବାକୁ ଥିବା ଦକ୍ଷତା ବିକାଶ ଉପରେ ଆଧାରିତ ପାଠ୍ୟକ୍ରମ ପ୍ରସ୍ତୁତ କରାଯିବ।

ଉକ୍ତ ପାଠ୍ୟକ୍ରମ ବିକାଶ ଏବଂ ଯୁବଗୋଷ୍ଠୀଙ୍କ ଦକ୍ଷତା ବୃଦ୍ଧି ସହିତ ଏଡ୍ଟେକ, ସାଇବର ସୁରକ୍ଷା, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ, ପରିବେଶ ସ୍ଥାୟିତ୍ୱ, ନୀତି ବିଶ୍ଳେଷଣ ଭଳି ବିଭିନ୍ନ କ୍ଷେତ୍ର ଉପରେ କାର୍ଯ୍ୟ କରିବ ବୋଲି ଉକ୍ତ ସହଭାଗିତାରେ ଗୁରୁତ୍ୱ ପ୍ରଦାନ କରାଯିବ।

ଏପରିକି ରିଲାଏନ୍ସ ଫାଉଣ୍ଡେଶନର ଡିଜିଟାଲ ଫରୱାର୍ଡ ଆପ୍ରୋଚ୍ ଭବିଷ୍ୟତର ନୂଆ କ୍ୟାରିୟର ପାଇଁ ଆଗ୍ରହୀ ଯୁବବର୍ଗଙ୍କ ମଧ୍ୟରେ ଲୋକପ୍ରିୟତା ହାସଲ କରିବ ବୋଲି ଆଶା କରାଯାଉଛି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଦକ୍ଷତା, ପୁନଃଦକ୍ଷତା (ରି-ସ୍କିଲିଂ) ଓ କୌଶଳ ଉନ୍ନତିର ମନ୍ତ୍ର ଆପଣାଇ ଭାରତ ବର୍ତ୍ତମାନ ଆଦୌ ଅଟକିବ ନାହିଁ, ପୁନଃଦକ୍ଷତା ବିକାଶ ପରିବ୍ୟବସ୍ଥାରେ ବିଭିନ୍ନ ଡିଜିଟାଲ୍ ସେବାକୁ ବ୍ୟବହାର କରି ପ୍ରତ୍ୟେକ ଯୁବତୀଯୁବକଙ୍କ ପାଇଁ ଯେକୌଣସି ସମୟ ଓ ସ୍ଥାନରେ ନିଜର ଦକ୍ଷତା ବିକାଶ ପାଇଁ ସୁବିଧା ଉପଲବ୍ଧ କରାଇବାକୁ ସୁନିଶ୍ଚିତ କରାଯାଉଛି। ସେହିଭଳି ରିଲାଏନ୍ସ ଫାଉଣ୍ଡେଶନର ସିଇଓ ଜଗନ୍ନାଥ କୁମାର କହିଛନ୍ତି, ବିଶ୍ୱର ସବୁଠାରୁ ଅଧିକ ଯୁବ ଜନସଂଖ୍ୟା ଭାରତରେ ରହିଛି ଏବଂ ସେମାନଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ ଦକ୍ଷତା ପ୍ରଦାନ କରିବାକୁ ଆମେ ପ୍ରୟାସ କରୁଛୁ।

Post Views31 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!