ଟିଏସ୍‌ଏମ୍‌ଏଲ୍‌ ପ୍ରଥମ ମଲ୍‌ଟି ମୋଡାଲ୍‌ ପରିବହନ ଘୋଷଣା

ଟାଟା ଷ୍ଟିଲ୍‌ ମାଇନିଂ ଲିମିଟେଡ (ଟିଏସ୍‌ଏମ୍‌ଏଲ୍‌) ପକ୍ଷରୁ ଫେରୋ ଆଲଏଜ୍‌ର ପ୍ରଥମ ମଲ୍‌ଟି ମୋଡାଲ୍‌ ପରିବହନ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି କମ୍ପାନୀ ତା’ର ଲଜିଷ୍ଟିକ୍‌ ସହଯୋଗୀ ୟୁନିଫିଡର ସହଯୋଗରେ ଉକ୍ତ ସେବାର ଶୁଭାରମ୍ଭ କରିଥିବା ବେଳେ ଓଡ଼ିଶାର ଥିବା କମ୍ପାନୀର କାରଖାନାଗୁଡ଼ିକରୁ ଫେରୋ ଆଲଏଜ୍‌କୁ ସଡ଼କ, ରେଳପଥ ଓ ସମୁଦ୍ରପଥ ବ୍ୟବହାର କରି ଭାରତୀୟ ଉପକୂଳ ମାଧ୍ୟମରେ ବିଭିନ୍ନ ସ୍ଥାନକୁ ପରିବହନ କରିବ।

ବିଶେଷ କରି ଓଡ଼ିଶାରେ ଫେରୋ ଆଲଏଜ୍‌ର ଉପକୂଳ ମଲ୍‌ଟି ମୋଡାଲ୍‌ ପରିବହନ ବ୍ୟବସ୍ଥାରେ ଥିବା ଟିଏସ୍‌ଏମ୍‌ଏଲ୍‌ର ଫେରୋ ଆଲଏଜ୍‌ କାରଖାନାରୁ ବିପୁଳ ପରିମାଣରେ ଫେରୋ ଆଲଏଜ୍‌କୁ ପାରାଦୀପ ଇଣ୍ଟରନ୍ୟାଶନାଲ୍‌ କାର୍ଗୋ ଟର୍ମିନାଲ୍‌ (ପିଆଇସିଟି)କୁ ପରିବହନ କରାଯାଇ ତାହାକୁ ଏକ ଜାହାଜରେ ଭାରତୀୟ ଉପକୂଳ ମାଧ୍ୟମରେ ଭି.ଓ. ଚିଦାମ୍ବରନାର ବନ୍ଦର (ପୂର୍ବରୁ ଟୁଟିକୋରିନ ବନ୍ଦର) ଦେଇ ଦୀନଦୟାଲ ବନ୍ଦର (ପୂର୍ବରୁ କାଣ୍ଡ୍‌ଲା ବନ୍ଦର)କୁ ପଠାଯିବ। ଏ ସମ୍ପର୍କରେ ଟିଏସଏମଏଲର ପରିଚାଳନା ନିର୍ଦ୍ଦେଶକ ପଙ୍କଜ ସତିଜା କହିଛନ୍ତି, କମ୍ପାନୀ ଉପକୂଳ ମଲ୍‌ଟି-ମୋଡାଲ୍‌ ପରିବହନ ବ୍ୟବସ୍ଥାକୁ ଆପଣାଇବା ସହ ଲୋୟର କାର୍ବନ୍‌ ଫୁଟ୍‌ପ୍ରିଣ୍ଟ ପ୍ରତି ତା’ର ପ୍ରତିବଦ୍ଧତାକୁ ଦର୍ଶାଉଛି।

ଉଲ୍ଲେଖଯୋଗ୍ୟ ପାରାଦୀପରୁ ଫେରୋ ଆଲଏଜ୍‌ର ଉପକୂଳ ମଲ୍‌ଟି-ମୋଡାଲ୍‌ ପରିବହନକୁ ପତାକା ଦେଖାଇ ଶୁଭାରମ୍ଭ କରିବା ଅବସରରେ ଟିଏସଏମଏଲର ଏଜିଏମ୍‌-ସପ୍ଲାଏ ଚେନ୍‌ ଅମିତ ଚୌବେ, ଏଡିଏମ୍‌-ସପ୍ଲାଏ ଚେନ୍‌ ସୌମ୍ୟ ବସୁ, ୟୁନିଫିଡରର ପ୍ରବନ୍ଧକ ସତ୍ୟ ଶ୍ରୀନିବାସ ରାଓ, ଜେଏମ୍‌ ବକ୍ସିର ବରିଷ୍ଠ ପ୍ରବନ୍ଧକ ମନଶ୍ରୀ ରଞ୍ଜନ ପଣ୍ଡା, ସିୱେଜ୍‌ ସିପିଂ ଆଣ୍ଡ୍‌ ଲଜିଷ୍ଟିକ୍ସ ଲିମିଟେଡ୍‌ର ଉପସଭାପତି କ୍ୟାପ୍‌ଟେନ୍‌ ଦେବବ୍ରତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Post Views77 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!