ଚତୁର୍ଥ ଷ୍ଟୋର ଖୋଲିଲା କଲ୍ୟାଣ ଜୁଏଲର୍ସ: ପଟିଆରେ ଷ୍ଟୋର ଉଦ୍‌ଘାଟନ କଲେ ଶିଳ୍ପା ସେଟ୍ଟି

ରାଜ୍ୟରେ କଲ୍ୟାଣ ଜୁଏଲର୍ସ ପକ୍ଷରୁ ଏହାର ଚତୁର୍ଥ ‌ଷ୍ଟୋର୍‌ ଖୋଲାଯାଇଛି। ପଟିଆ ଛକ ନିକଟରେ ଖୋଲିଥିବା ଏହି ଷ୍ଟୋର୍‌କୁ ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟି କୁନ୍ଦ୍ରା ଉଦ୍‌ଘାଟନ କରିଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଓ ବହୁ ବିଶିଷ୍ଟ ବ୍ୟକ୍ତି ମଧ୍ୟ ଷ୍ଟୋର୍‌ ପରିଦର୍ଶନ କରିଛନ୍ତି। କଂପାନିର ସିଇଓ ସଞ୍ଜୟ ରଘୁରମଣ ମଧ୍ୟ ଉଦ୍‌ଘାଟନୀ ସମାରୋହର ଅଂଶ ଥିଲେ।

କିଛି ଦିନ ପୂର୍ବେ କଂପାନି ରାଉରକେଲ‌ାରେ ଏହାର ନୂଆ ଷ୍ଟୋର୍‌ ଖୋଲିଥିଲା। ତାହାକୁ ବଲିଉଡ୍‌ ତାରକା ରଣବୀର କପୁର ଉଦ୍‌ଘାଟନ କରିଥିଲେ।କଂପାନି ରାଜ୍ୟରେ ଏହାର ପ୍ରଥମ ଷ୍ଟୋର୍‌କୁ ଭୁବନେଶ୍ବରର ସହିଦନଗରରେ ଖୋଲିଥିଲା। ନୂଆ ଷ୍ଟୋର୍‌ ଉଦ୍‌ଘାଟନ କରି ଶିଳ୍ପା ସେଟ୍ଟି କହିଛନ୍ତି ଯେ କଲ୍ୟାଣ ଜୁଏଲର୍ସର ନୂଆ ସୋ’ରୁମ୍‌କୁ ଉଦ୍‌ଘାଟନ କରି ମୁଁ ଅତ୍ୟନ୍ତ ଆନନ୍ଦିତ।

ଏଭଳି ଏକ ବ୍ରାଣ୍ଡ୍‌ ସହ ଯୋଡ଼ି ହେବା ସମ୍ମାନର ବିଷୟ। କଂପାନିର ସିଇଓ ଶ୍ରୀ ରଘୁରମଣ କହିଛନ୍ତି ଯେ ଆମେ ଅଭିବୃଦ୍ଧି ଯାତ୍ରାର ପରବର୍ତୀ ପର୍ଯ୍ୟାୟରେ ପାଦ ଦେଇଛୁ।

ଏହି ଅଞ୍ଚଳରେ ଆମେ ନିରନ୍ତର ଭାବେ ଆମର ଭୌଗୋଳିକ ଉପସ୍ଥିତକୁ ବଢ଼ାଉଛୁ। ପଟିଆ ସୋ’ରୁମର ଶୁଭାରମ୍ଭ ଉତ୍ସବକୁ ପାଳନ କରିବା ଲାଗି କଲ୍ୟାଣ ଜୁଏଲର୍ସ ପକ୍ଷରୁ ସର୍ବନିମ୍ନ ୧ ଲକ୍ଷ ଟଙ୍କାର ସପିଙ୍ଗ ଉପରେ ଗ୍ରାହକଙ୍କ ଅଧା କିଣା ମୂଲ୍ୟ ଉପରେ ଶୂନ ଗଢ଼ା ମୂଲ୍ୟ ଭଳି ସ୍ୱତନ୍ତ୍ର ସୁବିଧା ପ୍ରଦାନ କରାଯାଉଛି । ଏହି ଅଫର ସୀମିତ ସମୟ ପାଇଁ ଉପଲବ୍ଧ ।

Post Views43 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!