ବିଲ ପାସ୍ ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି କଟକ ବଡମ୍ବା ବ୍ଲକ କନିଷ୍ଠ ଯନ୍ତ୍ରୀ । ଜେଇଙ୍କ ନାଁ ହେଉଛି ବାଉରୀବନ୍ଧୁ ପରିଡା ।
ମୁଗଗହୀର ପଂଚାୟତର ଏକ ପ୍ରକଳ୍ପ କାର୍ଯ୍ୟର ବିଲ ତ୍ୱରାନ୍ୱିତ ପାଇଁ ସେ ଲାଞ୍ଚ ନେଉଥିଲେ। ୫ଟି ପଂଚାୟତ ଦାୟିତ୍ବରେ ଅଛନ୍ତି ଜେଇ ବାଉରୀବନ୍ଧୁ।
ସେ ପ୍ରତି କାର୍ଯ୍ୟରେ ଲାଞ୍ଚ ନେଉଥିବା ପୂର୍ବରୁ ଅଭିଯୋଗ ହେଉଥିଲା। ସେହିପରି ଅନ୍ୟ ୩ଟି ଜାଗାରେ ରେଡ୍ ହେବ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି।

